ଡିଏଲଏସଏ ପକ୍ଷରୁ ବରିଷ୍ଠ ନାଗରିକ ସଂପର୍କୀତ ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ: ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ରାୟଗଡ ପକ୍ଷରୁ ଅନଲାଇନ ଜରିଆରେ ବରିଷ୍ଠ ନାଗରିକ ସଂପର୍କୀତ ଆଇନ ସଚେନତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳା ଦୈାରାଜଜ୍ ତଥା ଡିଏଲଏସଏ ଅଧ୍ୟକ୍ଷ ଚିତରଂଜନ ଦାଶ, ଅତିରିକ୍ତ ଜିଲ୍ଳା ଦୈାରାଜଜ ତିରଂଜନ ପାତ୍ର, ପରିବାର ଅଦାଲତ ବିଚାରପତି ଆଶିଷ କୁମାର ତ୍ରିପାଠୀ, ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି, ଗୁଣପୁର ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅରୁନ୍ଧତୀ ଆଚାର୍ଯ୍ୟ, ବିଷମକଟକ ତାଲୁକ ଡିଏଲଏସଏର ଅଧ୍ୟକ୍ଷ ଶ୍ରୀମତି ସୁଷମା ସ୍ୱାଇଁ, କାଶିପୁର ଡିଏଲଏସଏ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଓ ତାର ସମାଧାନ ସଂପର୍କରେ ଅବଗତ କରାଇଥିଲେ ।

Omkar Vasthu
Omkar Vasthu

୬୦ ବର୍ଷରୁ ଉର୍ଦ୍ଧ ହେଲେ ଜଣେ ନାଗରିକକୁ ଆମେ ବରିଷ୍ଠ ନାଗରିକ ବୋଲି କହିବା । ଆଉ ଏହି ପରିଣତ ବୟସରେ ବରିଷ୍ଠ ନାଗରିକଟିଏ ନିଜର ପରିବାର ଠାରୁ କେବଳ ନିଜ ପାଇଁ ଟିକିଏ ସମୟ, ସ୍ନେହ ଶ୍ରଦ୍ଧା ଓ ଯତ୍ନ ଆବଶ୍ୟକ କରିଥାଏ । ଜଣେ ଦାୟିତ୍ୱବାଦନ ନାଗରିକ ପ୍ରଥମେ ପରିବାର ଭିିତରେ ନିଜର ପିତାମାତାମାନଙ୍କର ସୁଖ ସ୍ୱାଚ୍ଛନ୍ଦକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ସମାଜର ବରିଷ୍ଠ ନାଗରିକମାନଙ୍କ ପ୍ରତି ସହଯୋଗର ହାତ ବଢେଇଲେ ଯାଇ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ଡିଏଲଏସଏ ସଂପାଦକ ଶ୍ରୀ ମିଶ୍ର ନିଜର ବକ୍ତବ୍ୟ ରଖିବା ସହ ଏ ଦିଗରେ ରାଷ୍ଟ୍ରିୟ ସେବା ପ୍ରାଧିକରଣ ଦ୍ୱାରା ପ୍ରେରିତ ଯୋଜନା ଉପରେ ମଧ୍ୟ ଆଲୋଚନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ତଥା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତା, ବାର୍ଦ୍ଧକ୍ୟ ଭତା, ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟଯତ୍ନ ସେବା ଆଦି ବିଷୟରେ ଅବଗତ କରାଇଥିଲେ । ପରିବାର ଅଦାଲତ ବିଚାରପତି ଶ୍ୟୀ ତ୍ରିପାଠୀ,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତପଥି, ଗୁଣପୁର ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଆଚାର୍ଯ୍ୟ ମଧ୍ୟ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଠ ଆଇନ ସଂପର୍କରେ ଆଲୋକପାତ କରାଇଥିଲେ । ସର୍ବୋପରି ଏହି ଅନଲାଇନ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାର ଓକିଲ, ପାରା ଲିଗାଲ ଭଲ୍ୟୂୁଂଟର ଏବଂ ବରିଷ୍ଠ ନାଗରିକମାନଙ୍କୁ ମିଶାଇ ସର୍ବୋମୋଟ ୬୦ରୁ ଉର୍ଦ୍ଧ ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କରେ ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ଆଗାମୀ ଦିନରେ ମଧ୍ୟ ଏହିପରି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଡିଏଲଏସଏ ପକ୍ଷରୁ ସୂଚନା ମିିଳିଛି ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.