ଘାଟିକୁଣ୍ଡରୁରେ ମାଓ ପୋଷ୍ଟର

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ଲାଲବାହିନୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ମାଓବାଦୀ ନିଜର ଉପସ୍ଥିତ ଜାହରି କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀ ପୋଷ୍ଟର ଦେଖାଯାଇଛି। ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ଫାସିବାଦ ବୋଲି କୁହାଯିବା ସହ ସେସବୁକୁ ବିରୋଧ କରିଛନ୍ତିି ଲାଲବାହିନୀ।

Omkar Vasthu
Omkar Vasthu


ଚାଷୀଙ୍କୁ ମୁକ୍ତ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ ନାଁରେ ଘରୋଇ କରଣକୁ ଏହି ପୋଷ୍ଟର ମାଧ୍ୟମରେ ବିରୋଧ କରାଯାଇଛି। ରାଜ୍ୟ ବାହାରକୁ ଶ୍ରମିକମାନେ ଯାଇ କାମଧନ୍ଦା କରୁଛନ୍ତି ତେଣୁ ସେମାନଙ୍କୁ ନିଜ ରାଜ୍ୟ ଭିତରେ ସରକାର କାମ ଯୋଗାଇଦେବା ପାଇଁ ମାଓ ସଂଗଠନ ଦାବୀ କରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କରୋନା ନିୟନ୍ତ୍ରଣ ନାଁରେ ଔଷଧ ଓ ମେଡିକାଲ ସାମଗ୍ରୀ କିଣିବାରେ ଦୁର୍ନିତ ଅଭିଯୋଗ ଆଣିଛି ମାଓ ସଂଗଠନ ତେଣୁ ଏହାର ଉଚିତ ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ପୋଷ୍ଟର ମାଧ୍ୟମରେ ଦାବି କରିଛ। ପୋଷ୍ଟରରେ ସିପିଆଇ ମାଓବାଦୀ ଓଡିଶା କମିଟି ବୋଲି ଉଲ୍ଲେଖ କରାଯାଇଛି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.