ଶ୍ରେଣୀ ଗୃହ ବାହାରେ ପାଳିତ ହେଲା ଜାତୀୟ ଏକତା ଦିବସ, ଜାଣନ୍ତୁ କାରଣ

ପୂର୍ବରୁ ଶ୍ରେଣୀ ଗୃହ ବାହାରେ ପାଳିତ ହୋଇଥିଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ଏବେ ପାଳିତ ହେଲା ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀ: ଆଉ କେତୋଟି ଜାତୀୟ ଦିବସ ପାଳନ ପରେ ଦୃଷ୍ଟିଦେବ ପ୍ରଶାସନ ???

କଳାହାଣ୍ଡି: ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବରେ ପାଳନ କରିଛି ସାରା ଦେଶ। ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମର୍ଯ୍ୟାଦାର ସହ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ତେବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢୀପଦର ଗାଁରୁ ଏପରି ଏକ ଚିତ୍ର ଆସି ପହଞ୍ଚିଛି ଯାହା ପ୍ରଶାସନର ଖାମଖିଆଲି ମନୋଭାବକୁ ପଦାରେ ପକାଇ ଦେଇଛି।


ଜୁନାଗଡ଼ ବ୍ଲକ ମାଟିଗାଁ ପଞ୍ଚାୟତ ଅଧିନସ୍ଥ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲିଙ୍କ ତତ୍ୱାବଧାନ କୋଭିଡ୍ ନିୟମ ଅନୁସରଣ ପୂର୍ବକ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ତେବେ ଏହା ଶ୍ରେଣୀ ଗୃହ ଭିତରେ ହେବା ବଦଳରେ ଏହା ବାହାରେ ଅନୁଷ୍ଠିତ ହୋଇଛି। କାରଣ ହେଉଛି, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ ବ୍ୟବହୃତ ଏହି ବିଦ୍ୟାଳୟକୁ ସାନିଟାଇଜ କରାଯାଇନାହିଁ।


ପ୍ରାପ୍ତ ସୂଚନା ଅନୁସାରେ ମହାମାରୀ କରୋନା ସଂକଟ କାଳରେ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହ ଠାରୁ ଏଠାରେ କୌଣସି କରୋନା ରୋଗୀ ରହୁ ନଥିବାବେଳେ ଶେଷ ସମୟରେ ରହିଥିବା ଦୁଇଜଣ ବ୍ୟକ୍ତି କରୋନା ପଜେଟିଭ ଚି଼ହ୍ନଟ ହୋଇଥିଲେ। କିନ୍ତୁ ବର୍ତମାନ ସୁଦ୍ଧା ବିଦ୍ୟାଳୟକୁ ସାନିଟାଇଜ କାରାଯାଇ ନାହଁ। ତେଣୁ ବିଦ୍ୟାଳୟର ଖୋଲା ସ୍ଥାନରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ସହ ଶପଥ ପାଠ ହୋଇଥିଲା। ପ୍ରକାଶ ଥାଉ କି ଏହା ପୂର୍ବରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମଧ୍ୟ ଖୋଲା ସ୍ଥାନରେ ପାଳନ କରାଯାଇଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଗ୍ରାମ ବାସୀ ଅନୁରୋଧ କରିଛନ୍ତି। ତେବେ ସାଧାରଣ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି – ପୂର୍ବରୁ ଶ୍ରେଣୀ ଗୃହ ବାହାରେ ପାଳିତ ହୋଇଥିଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ଏବେ ପାଳିତ ହେଲା ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀ: ଆଉ କେତୋଟି ଜାତୀୟ ଦିବସ ପାଳନ ପରେ ଦୃଷ୍ଟିଦେବ ପ୍ରଶାସନ ???


ଏହି ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଂଯୁକ୍ତା ମଞ୍ଜରୀ ପଣ୍ଡା, ଅଞ୍ଜନ କୁମାର ମୁଣ୍ଡ, ଦୁର୍ଯ୍ୟୋଧନ ଭୋଇ, ରଞ୍ଜନ କୁମାର ସାହୁ, ସ୍ମୃତିରେଖା ପାଟ୍ଟଯୋଶୀ, ସାମ୍ବଳିନୀ ମାଝୀ, ଲକ୍ଷ୍ମଣ ପାତ୍ର, ନିକୁଞ୍ଜ ଦଣ୍ଡସେନା, ସ୍ବେଛାସେବୀ ହିମାଂଶୁ ଶେଖର ନାଏକ, ଅକ୍ଷୟ ମେହେର, ଶ୍ୟାମ ଶଗଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.