୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସ ପାଳିତ

ରାୟଗଡ: ଭାରତରତ୍ନ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୫ତମ ଜନ୍ମ ଶତବାର୍ଷିକୀ ଅବସରରେ ରାୟଗଡ ସହରର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍ କ୍ୱାଟର୍ସ ପରିସରରେ ରାଷ୍ଟ୍ରିୟ ଏକତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

Omkar Vasthu
Omkar Vasthu


ଏହି ପରିପ୍ର୍ରେକ୍ଷୀରେ ବାଟାଲିୟନର ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ ଏକତା ଦିବସ ପାଳନର ତାପ୍ତର୍ଯ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର, ଆସିଷ୍ଟାଂଟ କମାଣ୍ଡଡେଂଟ ସୁମନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ବାଟାଲିୟନର ଯବାନମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ବେଳେ ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ ସମସ୍ତ ଅଧିକାରୀ ଓ ଯବାନମାନଙ୍କୁ ସମସ୍ତଙ୍କ ମଧ୍ୟରେ ଏକତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.