ରାୟଗଡ ନ୍ୟିୁକଲୋନୀରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ

କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ କରୁଛି ପୂଜା କମିଟି

ରାୟଗଡ: ରାୟଗଡ ସହରର ନ୍ୟିୁ କଲୋନୀ ଠାରେ ଶ୍ରୀ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ୨୫ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସୁନ୍ଦର ସୁସଜ୍ଜିତ ଭାବେ ମଣ୍ଡପ କରାଯାଇଥିବା ବେଳେ ମାଁଙ୍କ ଆର୍କଷଣୀୟ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି ।

Omkar Vasthu
Omkar Vasthu


ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ପୂଜା କମିଟି ତରଫରୁ ମାତ୍ର ୩ ଦିନ ଧରି ଆଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିନରେ ପାଣିଗ୍ରହଣ, ଆବାହନ ଓ ପ୍ରାଣ ପ୍ରତିଷ୍ଠା ସହ ପ୍ରତ୍ୟେହ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ହୋମଯଞ ଇତ୍ୟାଦି ସହ ସନ୍ଧ୍ୟା ଆଳତୀ ଏବଂ ପୁଷ୍ପାଂଜଳୀ ଏବଂ ଶେଷ ଦିନ ପୂର୍ଣ୍ଣାହୁତି ଓ ଘଂଟ ବିସର୍ଜନ ଓ ଭସାଣୀ ଉତ୍ସବ,ବିସର୍ଜନ ଅନୁଷ୍ଠିତ ହେବ ।

Pearl dental clinic
Near Ashish Medical Store, Bhawanipatna


ତେବେ କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ପୂଜା କମିଟି ତରଫରୁ କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉ ନ ଥିବା ବେଳେ ମାଁ ଙ୍କ ଦର୍ଶନରୁ ଭକ୍ତମାନେ ବଂଚିତ ହୋଇଛନ୍ତି । ଚଳିତ ବର୍ଷ ରୈାପ୍ୟ ଜୟନ୍ତି ପାଳନ କରିବାକୁ ପୂଜା କମିଟି ଚାହିଁଥିବା ବେଳେ କରୋନା ଯୋଗୁଁ ଏହା ଫିକା ପଡିଥିବା ନେଇ ପୂଜା କମିଟି ସଭାପତି ସହଦେବ ଚୈାଧୁରୀ, ଉପସଭାପତି ତ୍ରିନାଥ ରାଓ, ସଂପାଦକ ଦିଲ୍ଳୀପ ସାହୁ ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.