ବିନା ନୋଟିସରେ ଭାଙ୍ଗି ଦେଲେ ଘର, ଥାନାରେ ମାମଲା

ରାୟଗଡ: ବିନା କୈାଣସି ନୋଟିସରେ ଜୋର ଜବରଦସ୍ତ ଭାଙ୍ଗି ଦିଆଯାଇଛି ୨ଟି ଦୋକାନ ଘର । ଘଟଣାକୁ ନେଇ ରାୟଗଡ ଜିଲ୍ଳା ଟିକିରି ଥାନାରେ ରୁଜୁ ହୋଇଛି ଏକ ମାମଲା । ଅଭିଯୋଗ ପରେ ଜୋର ଜବରଦସ୍ତ ଘର ଭାଙ୍ଗିଥିବା ନେଇ ଟିକିିରି ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ପଚାରଉଚୁରା କରୁଥିବା ଜଣାପଡିଛି ।

ଏ ନେଇ ମିଳିଥିବା ସୂଚନା ପ୍ରକାରେ, ଟିକିରି ଠାରେ ପୁର୍ଣ୍ଣଚନ୍ଦ୍ର ସାହୁ ଓ ତାଙ୍କ ବଡଭାଇ ଯୋଗେଶ୍ୱର ସାହୁ ଦୀର୍ଘ ବର୍ଷ ଧରି ଖାତା ନମ୍ବର ୨୭୧, ପ୍ଳଟ ନମ୍ବର ୩୨୬ ଥିବା ଜାଗାରେ ଘର କରି ରହି ଆସୁଥିଲେ । ବଡଭାଇ ଯୋଗେଶ୍ୱରଙ୍କ ଦେହାନ୍ତ ପରେ ପୂର୍ଣ୍ଣଚନ୍ଦ୍ର ଉକ୍ତ ଦୁଇଟି ଘରକୁ ଭଡା ପ୍ରକାରେ ଭାଲୁ ସାହୁ ଓ ଜୟସେନ ଶାବତ ନାମକ ଦୁଇ ବ୍ୟକ୍ତିଙ୍କୁ ବ୍ୟବସାୟ ନିମନ୍ତେ ପ୍ରଦାନ କରିଥିଲେ । ତେବେ ଭାଲୁ ସାହୁ ଗତ ୧ମାସ ତଳେ ଘର ଖାଲି କରିଥିବା ବେଳେ ଜୟସେନ ଉକ୍ତ ଭଡା ଘରେ ନିଜର ସାମଗ୍ରୀ ନେଇ ଷ୍ଟୋର ରୁମ ଭାବେ ରଖି ଆସୁଥିଲା । ତେବେ ଡମ୍ବୁରୁ ସାହୁ ନାମକ ଜଣେ ବ୍ୟକ୍ତି ଉକ୍ତ ଜାଗାଟିର ମାଲିକାନା ଦେଖାଇ ଆସୁଛନ୍ତି । ଫଳରେ ପୂର୍ଣ୍ଣଚନ୍ଦ୍ର ଓ ଡମ୍ବୁରୁଙ୍କ ଉଭୟଙ୍କ ମଧ୍ୟରେ ଏ ନେଇ ଦୀର୍ଘ ଦିନରୁ ଝଗଡା ଲାଗି ରହିଥିବା ବେଳେ ଗତ ମାସ ୨୮ ତାରିଖ ଅପରାହ୍ନ ୫ଟା ସମୟରେ ଡମ୍ବୁରୁ ସାହୁ ଓ ତାଙ୍କ ସହିତ ୮ଜଣ ଅଜଣା ବ୍ୟକ୍ତି ଆସି ଭଡା ଦିଆଯାଇଥିବା ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦୁଇଟି ଘରକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲେ ।


ଏ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ପୁତୁରା ଭରତ ସାହୁ ଘର ଭଙ୍ଗାକୁ ନେଇ ବିରୋଧ କରିବାରୁ ଡମ୍ବୁରୁ ସାହୁ ତାଙ୍କୁ ମାରି ଦେବାର ଧମକ ଦେଇଥିଲେ । ଯାହାକୁ ନେଇ ଭରତ ଟିକିରି ଥାନାରେ ଏତଲା ଦେବାକୁ ଯାଇଥିଲେ ସୁଦ୍ଧା ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରି ନ ଥିବା ତାଙ୍କ ଦାଦା ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଥିଲେ । ତେବେ ଟିକିରି ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହେବା ପରେ ଗତ ୩୧ ତାରିଖ ଦିନ ଟିକିରି ଥାନା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଦୋରାଗୁଡା ଥାନାଧିକାରୀ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ଠାରେ ଅଭିଯୋଗ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଟିକିରି ଥାନା କେସ ନମ୍ବର ୧୯୪/୩୧/୧୦/୨୦ ରେ ଏକ ମାମଲା ରୁଜୁ କରଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୋଗ ପତ୍ରରେ ଘର ଭାଙ୍ଗି ଦିଆଯାଇଥିବାରୁ ୨ଲକ୍ଷ ଟଙ୍କାର କ୍ଷତି ହୋଇଥିବା ନେଇ ଉଲ୍ଳେଖ କରାଯାଇଛି । ଏ ନେଇ ଥାନାଧିକାରୀ ଶ୍ରୀ ଭତ୍ରାଙ୍କୁ ପଚାରିବାରୁ ଅଭିଯୁକ୍ତ ଡମ୍ବରୁ ସାହୁ ବିନା କୈାଣସି ନୋଟିସ ପ୍ରଦାନ କରି ଘର ଭାଙ୍ଗି ଦେଇଥିବା ସଂପୂର୍ଣ୍ଣ ଭାବେ ବେଆଇନ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.