ଡଙ୍ଗିଝୁଲାର ଦୁଃଖ: ବିକାଶରେ ବାଧକ ସାଜିଛି ରାସ୍ତା

ଦାବି ପୁରାଣ ନହେଲେ ରାସ୍ତା ଅବରୋଧ ଚେତାବନୀ

କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଡଙ୍ଗିଝୁଲା ଗ୍ରାମରେ ରାସ୍ତା ତିଆରି କରିବାକୁ ପ୍ରଶାସନଙ୍କୁ ଚେତାବନୀ ଦିଆଯାଇଛି। ଅତିଶୀଘ୍ର ଦାବି ପୁରାଣ ନ ହେଲେ ଲାଞ୍ଜିଗଡ଼-ମୁନିଗୁଡା ମୁଖ୍ୟ ରାସ୍ତା ଅବରୋଧ କରିବାକୁ ଗଣମାଧ୍ୟମ ଆଗରେ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗିଝୁଲା ଗାଁକୁ ଯିବାପାଇଁ ରାସ୍ତା ନାହିଁ। ଆଜିକି ୩୦ ପୂର୍ବରୁ ଏହି ଗାଁକୁ ପାଦ ଚଲା ରାସ୍ତା ଟିଏ ଥିଲା ବର୍ତ୍ତମାନ ସେହି ରାସ୍ତା ଗଛ ପତ୍ରରେ ଢାଙ୍କି ହୋଇଯାଇଥିବା ବେଳେ ବର୍ତ୍ତମାନ ଗାଁକୁ ପାଦ ଚଲା ରାସ୍ତା ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ହେଲେ ୯୦ ବର୍ଷ ତଳର ଡଙ୍ଗୀଝୁଲା ଗାଁ ଏବେ ଅବହେଳିତ ହୋଇ ପଡ଼ି ରହିଛି। ଫଳରେ କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ମେଡ଼ିକାଲ ନେବା ପାଇଁ ଅଧା କିଲୋମିଟର ଖଟରେ ବୋହି ଲାଞ୍ଜିଗଡ଼-ମୁନିଗୁଡା ମୁଖ୍ୟ ରାସ୍ତାକୁ ଆଣିବାକୁ ପଡେ। ଏହି ଗ୍ରାମଟି ଲାଞ୍ଜିଗଡ଼ ପଞ୍ଚାୟତଠାରୁ ୨ କିଲୋମିଟର ଦୂରରେ ରହିଥିବା ବେଳେ ଏଠାରେ ସରକାରଙ୍କ ଯୋଜନା ଏଯାଏ ପହଞ୍ଚି ପାରିନାହିଁ।ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଛୋଟ ଛୋଟ ପିଲାମାନେ ଚଣାଳୀମା ସ୍କୁଲକୁ ଯାଉଛନ୍ତି।ସେଠାରେ ପହଞ୍ଚିବାକୁ ହେଲେ ବଂଶୀଧାରା ନଦୀ ପାର ହେବାକୁ ପଡିଥାଏ। ବର୍ଷା ଦିନେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ନାଳ ପାରହୋଇ ଯାଇଥାନ୍ତି। ଚଳିତ ବର୍ଷ କୋଭିଡ୍ ସଂକଟ ଯୋଗୁଁ ପିଲା ନିଜ ନିଜ ଘରେ ଅଛନ୍ତି। ଏହି ୯୦ ବର୍ଷର ଗାଁରେ ୨୦ ପରିବାର ପ୍ରାୟ ୧୦୦ ଲୋକ ବସବାସ ଜରନ୍ତି। ପ୍ରାୟତଃ ସମସ୍ତେ ଆଦିବାସୀ। କେବଳ ଭୋଟ ସମୟରେ ନେତାମାନେ ଏହି ଗାଁକୁ ଯାଇ ରାସ୍ତା ଓ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ମତ ଦେଇଥାନ୍ତି।ଭୋଟ ସରିଲେ ଗାଁକୁ ଭୁଲିଯାନ୍ତି। କେବେବି ଏଠାରେ ପ୍ରଶାସନ ପହଞ୍ଚି ନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଗାଁକୁ ଖଣ୍ଡେ ପକାରାସ୍ତା ପାଇଁ ଅନେକ ଥର ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ଅଫିସ ଠାରେ ଗୁହାରି କରାଯାଇ ଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ।

Omkar Vasthu
Omkar Vasthu


ଗ୍ରାମ ସଭାରେ ରାସ୍ତା ପାଇଁ ପ୍ରସ୍ତାବ ଦେବା ପରେ ରାସ୍ତା ନିର୍ମାଣ ପାଇଁ ଆସୁଥିବା ପଇସା ପଞ୍ଚାୟତ ଅନ୍ୟ କାମରେ ଲାଗୁଥିବା ଗାଁ ଲୋକେ ପ୍ରକାଶ କରୁଛନ୍ତି। ଏପରି ଆଜିକି ୨୦ ବର୍ଷ ହେଲା ଗାଁ ଲୋକଙ୍କୁ ପଞ୍ଚାୟତ ଠକୁ ଥିବା ଗାଁ ଲୋକେ କହିଛନ୍ତି। ହେଲେ ଲାଞ୍ଜିଗଡ଼ ସହର କଡରେ ୯୦ ବର୍ଷ ହେଲା ବସତି ସ୍ଥାପନ କରି ରହୁଥିବା ଗ୍ରାମବାସୀଙ୍କୁ ଦେଖିଲେ କଣ ବିକାଶ ହୋଇଛି ତାହା ଜଣାପଡିବ।ଅନ୍ୟପକ୍ଷେ ବଂଶୀଧାର ନଦୀର ଦୂଷିତ ପାଣି ଓ କୂଅ ରୁ ପାନୀୟ ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବାରମ୍ବାର ଦାବି ପରେ ପ୍ରଶାସନ ଢେଡ ବର୍ଷ ହେଲା ଗାଁରେ ଏକ ନଳକୂପ ଖନନ କରିଛି। କିନ୍ତୁ ରାସ୍ତା ପାଇଁ ବାରମ୍ବାର ଜଣାଇବା ପରେ ସୁଫଳ ମିଳିନ ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଡଙ୍ଗିଝୁଲା ଗ୍ରାମବାସୀ ଲାଞ୍ଜିଗଡ଼-ମୁନିଗୁଡା ମୁଖ୍ୟ ରାସ୍ତା ଅବରୋଧ କରିବୁ ବୋଲି ଗାଁର ବିଜୟ ମାଝୀ, ରିଣୁ ମାଝୀ, ବୁଦାରା ମାଝୀ, ଜୟ ମାଝୀ, ସାଧୁ ମାଝୀ, ଲାଚିଙ୍ଗ ଦେଇ ମାଝୀ, ଫୁଲ ମାଝୀ, କ୍ରିଷ୍ଣା ଚନ୍ଦ୍ର ମାଝୀ ଚେତାବନୀ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏନେଇ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ପଚାରିବାରୁ ମୁଁ ଅତିଶୀଘ୍ର ଡଙ୍ଗୀଝୁଲା ଗାଁକୁ ଯିବି କୋକଙ୍କ ସହିତ ସାକ୍ଷାତ କରି କିପରି ଶୀଘ୍ର ରାସ୍ତା ହୋଇ ପାରିବ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.