ବିଶ୍ୱ ବୌଦ୍ଧିକ ସମ୍ପଦାରେ ବକ୍ତବ୍ୟ ରଖିବେ ଡ଼ଃ ବିଜୟ କୁମାର ସାହୁ


କଳାହାଣ୍ଡି: ଆସନ୍ତା ଡ଼ିସେମ୍ବର ମାସ୧୮ ଓ ୧୯ ତାରିଖରେ ହେବାକୁ ଥିବା ବିଶ୍ୱ ବୌଦ୍ଧିକ ସମ୍ପଦାରେ ବକ୍ତବ୍ୟ ରଖୁଥିବା ୯ଜଣ ବକ୍ତାଙ୍କ ମଧ୍ୟରେ ରହିଛନ୍ତି ଡ଼ଃ ବିଜୟ କୁମାର ସାହୁ । ସଂପ୍ରତି ସେ ଜାତୀୟ ଅନୁସନ୍ଧାନ ବିକାଶ ପରିଷଦର ଆଂଚଳିକ ପ୍ରବନ୍ଧକ ଭାବରେ ଅବସ୍ଥାନ କରିଥିବାବେଳେ ଏହି ସମ୍ପଦାରେ ଭାରତର ବିଭିନ୍ନ ବିଭାଗରୁ ଅନ୍ୟମାନେ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି ।ତେବେ କୋଭିଡ଼ କଟକଣାଯୋଗୁଁ ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଭିରଚୁଆଲ ମିଟ୍‌ରେ ଅନୁଷ୍ଠିତ ହେବ । ଡ଼ଃ ସାହୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ସାଇଦଲଙ୍ଗା ପଚାଂୟତର ଅଳାପାଲିର ହେଇଥିବାବେଳେ ବର୍ତ୍ତମାନ ବିଶାଖାପାଟଣା ଠାରେ ଏନଆରଡ଼ିସିରେ ଅବସ୍ଥାପିତ ରହି ବିଭିନ୍ନ ସମୟରେ ନୂତନ ପ୍ରକ୍ରିୟା ଗୁଡ଼ିକ ସଂପର୍କରେ ଗବେଷଣା ଜାରୀ ରଖିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta