ମଦରେ ଭାସୁଛି ମୋହନଗିରୀ ଅଂଚଳ

କଳାହାଣ୍ଡି: ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଅଂଚଳରେ ଦିନକୁ ଦିନ ମଦ ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡ଼ମ୍ବକର୍ଲାଖୁଂଟା, ମାଣିକେରା, ମୋହନଗରୀ, ସିଂହପୁର, ଦେଢଶୁଳୀ ଆଦି ଅଂଚଳରେ ପ୍ରତିଗାଁରେ ଦୁଇ ତିନୋଟି ଲେଖାଏଁ ମଦକୋଠୀ ଚାଲିଥିବାବେଳେ ଅନେକ ସ୍ଥାନରେ ରନ୍ଧାମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ମୋହନଗିରୀ ଅଂଚଳଟି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଂଚଳ ହେଇଥିବାରୁ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଦେଶୀ ମଦ ଏବଂ ରନ୍ଧା ମଦ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି । ମଦସବୁ ବଲାଙ୍ଗୀର ଜିଲ୍ଲା ସୀମାନ୍ତଗ୍ରାମ ରାକ୍ସିଭଟା ଏବଂ କନ୍ଧମାଳ ଜିଲ୍ଳାର ଲଣ୍ଡାଗାଁରୁ ବିପୁଳ ପରମାଣରେ ରନ୍ଧାମଦ ମୋହନଗିରୀ ଅଂଚଳକୁ ଆସୁଥିବାର ସୂଚନା ମିଳିଛି । ସିଂହପୁରଠାରେ ଥିବା ବିବେକାନନ୍ଦ ୟୁଥ କ୍ଲବର ଯୁବକମାନେ ପ୍ରତିବର୍ଷ ନିଜ ଅଂଚଳକୁ ମଦମୁକ୍ତ କରିବାକୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିଆସୁଥିଲେ ସୁଦ୍ଧା କୌଣସି ଫଳ ହେଇପାରୁନଥିବା ଜଣାଯାଇଛି । ତେବେ ମଦ ର ଗଡ଼ ପାଲଟିଥିବା ଏହି ଅଂଚଳରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ସେତିକିମାତ୍ରାରେ ହେଉନଥିବା କହିଛନ୍ତି ଅଂଚଳବାସୀ । ଯଦି ଆଗାମୀ ଦିନରେ ମଦ ଉପରେ ଅଙ୍କୁଶ ଲଗାନଯାଏ ତେବେ ସାମାଜିକ ଜୀବନ ଓ ଜୀବିକା ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେବ ବୋଲି କିଛି ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି । ଏହି ଅଂଚଳରେ ମଦ ପାଇଁ ବିଭିନ୍ନ ସମୟରେ ରୋରୀ ଡ଼କାୟତି ହେଉଥିବା ଦେଖାଯାଉଛି । ତେବେ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ଏହି ସୀମାନ୍ତବର୍ତ୍ତୀ ଅଂଚଳ ଉପରେ ବିଶେଷ ଭାବରେ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.