ପୋଲିସ ଫାଣ୍ଡି ସାମ୍ନା ମୁଖ୍ୟରାସ୍ତାରେ ଜମୁଛି ପାଣି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପୋଲିସ ଫାଣ୍ଡି ସାମ୍ନା ମୁଖ୍ୟରାସ୍ତାରେ ଗତ କିଛି ମାସହେଲା ପାଣି ଜମୁଥିବା ଦେଖିବାକୁ ମିଳୁଛି । ଏହି ଫାଣ୍ଡିରେ ସିଆରପିଏଫ୍ କ୍ୟାମ୍ପ ରହିଥିବାବେଳେ ଏହି କ୍ୟାମ୍ପ ଏବଂ ମୋହନଗିରୀ ପଂଚାୟତର ୨ନମ୍ବର ୱାର୍ଡ଼ରୁ ନିର୍ଗତ ଏହି ପାଣି ଏବେ ମୁଖ୍ୟ ରାସ୍ତାରେ ଜମି ରହିଥିବା କାରଣରୁ ଅଂଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ରାସ୍ତାଟି ମୋହନଗିରୀର ପ୍ରସିଦ୍ଧ ଶୈବପୀଠକୁ ସଂଯୋଗ କରୁଥିବାରୁ ଭକ୍ତମାନେ ଏହି ପାଣି ଉପର ଦେଇ ଶୈବପୀଠ ସମେତ ପଡ଼ୋଶୀ କନ୍ଧମାଳ ଜିଲ୍ଲାକୁ ଯାତାୟତ କରିଥାନ୍ତି । ତେବେ ଏନେଇ ଅଂଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ । ତେଣୁ ତୁରନ୍ତ ଏହି ରାସ୍ତାର ପାଣିକୁ ଡ଼୍ରେନେଜ କରାଯାଇ ରାସ୍ତାକୁ ଶୁଖିଲା ରଖିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.