ଦବୁଛି ପୂର୍ତ୍ତ ବିଭାଗ ରାସ୍ତା

ପିଡବଲ୍ୟୁଡି ରାସ୍ତାର ପୁନଃରୁଦ୍ଧାର କାମ ଶିଘ୍ର ଆରମ୍ଭ କରିବାକୁ ଉଠିଲା ଦାବୀ

କର୍ଲାମୁଣ୍ଡ: ଦବିଲା ପୂର୍ତ୍ତ ବିଭାଗ ରାସ୍ତା। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି – ‘ବିଭାଗ ଏହି ରାସ୍ତାର ପୁନରୁଦ୍ଧାର କରିବା ଜରୁରୀ।’ ଚିତ୍ର ହେଉଛି ମ.ରାମପୁର-ରିଷିଡା ପିଡବଲ୍ୟଡି ରାସ୍ତାର ଜଗନ୍ନାଥ ମନ୍ଦିର ଛକ ନିକଟର। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଅଧିନରେ ରହିଛି ଏହି ରାସ୍ତା। ରାସ୍ତାର ଏକ ପାର୍ଶ୍ୱ ଦବିଯାଇଥିବା ଦେଖିବାକୁ ମିଳୁଛି । ରାସ୍ତା ଦବିଯାଇଥିବା ବେଳେ ତାର ପାର୍ଶ୍ୱରେ ଥିବା ଡ୍ରେନ ମଧ୍ୟ ପ୍ରଭାବିତ ହେବାର ଆଶଂକା ରହିଛି। କେସିଙ୍ଗା, ଭବାନୀପାଟଣା ଠାରୁ ଆରମ୍ଭ କରି ବଲାଙ୍ଗୀର, ଟିଟିଲାଗଡ, ବୌଦ୍ଧ ଅଚଂଳକୁ ଯାଉଥିବା ଲୋକେ ଏଇ ରାସ୍ତା ଦେଇଯାଇଥାନ୍ତି। ଏହା ବ୍ୟତିତ ବ୍ଳକସଦରକୁ ମଧ୍ୟ ଏ ଅଚଂଳର ଲୋକେ ଯାତାୟତ କରିଥାନ୍ତି । ଏପରି ଏକ ମୁଖ୍ୟରାସ୍ତାର ଗୋଟିଏ ପାର୍ଶ୍ୱରେ ଦବି ଯାଉଥିବା ବେଳେ ପୂର୍ତ୍ତବିଭାଗ ଏହାର ମରାମତି ପ୍ରତି ଧ୍ୟାନ ଦେଉନାହିଁ। ଅନ୍ୟ ପକ୍ଷରେ ଦବି ଯାଇଥିବା ପାର୍ଶ୍ଵରେ ଥିବା ଘର ଗୁଡିକର ମାଲିକମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହା ଦୁର୍ଘଟଣା ଘଟିବା ପୂର୍ବରୁ ମରାମତି ହେବାର ଆବଶ୍ୟକତା ରହିଛି।

ପ୍ରକାଶଥାଉକି ମ.ରାମପୁର ଠାରୁ କର୍ଲାମୁଣ୍ଡା ପି.ଡବଲ୍ୟୁ.ଡି. ରାସ୍ତାର ପୁନଃରୁଦ୍ଧାର କାମ ପାଇଁ ଦେଢବର୍ଷ ତଳୁ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲେ ମଧ୍ୟ ଗଜବାହାଲ ଛକ ଠାରୁ ରିଷିଡା-କର୍ଲାମୁଣ୍ଡା ଯାଏଁ ରାସ୍ତାର କାମ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ତେବେ ଏଇ ସମୟ ମଧ୍ୟରେ ଖାଲଢିପ ମରାମତି ନାଁରେ ପେଚିଙ୍ଗ କାମ କରାଯାଇଆସୁଅଛି । ଶୀଘ୍ର କାମ ଆରମ୍ଭ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

କର୍ଲାମୁଣ୍ଡାରୁ ଆଶୁତୋଷ ଦାସଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.