୪୨ ମୌଜ଼ାରେ ରକ୍ତଦାନ ଶିବିର ଅୟୋଜିତ

କଟକ: ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ବରାଳ ଗ୍ରାମରେ ମା’ନାରାୟଣୀ କାଳୀପୂଜା କମିଟି, ମା’ନାରାୟଣୀ କ୍ଳବ, ଜଗା ବଳିଆ ୟୁଥ କ୍ଲବ, ସମର୍ପିତ ଟ୍ରଷ୍ଟ ମିଳିତ ଅନୁକୂଲ୍ୟରେ ଏବଂ କଟକ – ଭୁବନେଶ୍ୱର କମିଶନରେଟ ପୋଲିସ ସହଯୋଗିତାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ କେନ୍ଦ୍ରୀୟ ରକ୍ତଭଣ୍ଡାର କଟକ ଶାଖା ଦ୍ଵାରା ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ଏସିପି ତଥା ଯୁଗ୍ମସମ୍ପାଦକ ରେଡ଼କ୍ରସ ସୋସାଇଟି ଲଳିତେନ୍ଦୁ ମହାନ୍ତି, କମିଟିର ସଭାପତି ଜଗଦୀଶ ତ୍ରିପାଠୀ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଆନନ୍ଦ ଚନ୍ଦ୍ର ବେଉରା, ସୁରେନ୍ଦ୍ରନାଥ ବେହେରା, ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରକାଶ ଚୌଧୁରୀ, ଉଦୟନାଥ ରାଉତ, ସମର୍ପିତ ଟ୍ରଷ୍ଟର ସଭାପତି ସଦାଶିବ ଜେନା ଯୋଗଦେବା ସହ କାର୍ଯ୍ୟକର୍ତା ଵର୍ଗ ଲଷ୍ମୀଧର ବେଉରା, ନିରଂଜନ ଭୋଇ, ସନ୍ତୋଷ ସାହୁ, ସୂର୍ଯ୍ୟ ପ୍ରକାଶ ବେଉରା, ରଶ୍ମିରଞ୍ଜନ ବେଉରା, ଭଗବାନ ପରିଡ଼ା, ସୁଶାନ୍ତ ରାଉତ, ଜ୍ଞାନ ରଂଜନ ଜେନା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ। କରୋନା ମହାମାରୀ ସମୟରେ ସ୍ୱେଚ୍ଛାସେବୀମାନଙ୍କର ଏପରି ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.