ମାତିଛନ୍ତି ଲୁଟେରା: ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ହେଉଛି ବେନିୟମ ମେଟାଲ ଚାଲାଣ

ରାସ୍ତାରେ ନିମ୍ନ ମାନର ମେଟାଲ ବ୍ୟବହାରକୁ ନେଇ ଅଞ୍ଚଳବାସୀଙ୍କ ସହ ସରପଞ୍ଚଙ୍କ ଅଭିଯୋଗ

କଳାହାଣ୍ଡି/ଲାଞ୍ଜିଗଡ଼: ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ମେଟାଲ ଚୋରା ଚାଲାଣ ହୋଇ ଆର୍ଡି ବିଭାଗ ରାସ୍ତା କାମରେ ଲାଗୁଛି। ଏହାଦ୍ବାରା ଜଙ୍ଗଲ ବିଭାଗର ଅନେକ କ୍ଷତି ହେଉଛି। ଅନ୍ୟପଟେ ରାସ୍ତାକାମରେ ଖରାପ ମେଟାଲ ଲାଗୁଥିବାରୁ ରାସ୍ତାର ସ୍ଥାୟିତ୍ବକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାଦ୍ବାରା ମାଲେମାଲ ହେଉଛନ୍ତି ମେଟାଲ ଦଲାଲ। ଯାହା ଜଣାପଡ଼ୁଛି ଏସବୁ ପ୍ରତି ବନବିଭାଗ କିମ୍ବା ପ୍ରଶାସନର ଧ୍ୟାନ ନାହଁ କିମ୍ବା ଜାଣିଶୁଣି ଆଖିବୁଜି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ବନବିଭାଗ ଅଧିନସ୍ଥ ପାଣିମୁଣ୍ଡା ବିଟ୍ ର ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ହାତ ପ୍ରସ୍ତୁତ ମେଟାଲ୍ ଚାଲାଣ ହୋଇ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ଆର୍ଡି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପଞ୍ଚାୟତବାସୀଙ୍କ ସହ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ଅଭିଯୋଗ ଆଣିଛନ୍ତି।

Udyog Nursery
Udyogi Nursery

ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଦେଇ ଆର୍ଡି ରାସ୍ତା ଆଜିକି କିଛି ମାସ ହେଲା ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟରେ ମେଟାଲ ବ୍ୟବହାର କରିବା ପାଇଁ ଦଲାଲ ମାନେ ପଞ୍ଚାୟତର କିଛି ଲୋକଙ୍କୁ ମତାଇ ନିକଟସ୍ଥ ଫରେଷ୍ଟ ଏରିଆ ମଧ୍ୟରୁ ହାତ ଚୁପା ନିମ୍ନ ମାନର ମେଟାଲ ଆଣି ରାସ୍ତା ନିର୍ମାଣ କାର୍ଯ୍ୟରେ ଲଗାଉଛନ୍ତି। ଆଜିକୁ ୪ ମାସ ହେଲା ଏପରି ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଶହ ଶହ ଟ୍ରିପ ମେଟାଲ ଚାଲାଣ ହେଉଥିବା ବେଳେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


ଗୋବର୍ଦ୍ଧନପୁର ପଞ୍ଚାୟତ ପଞ୍ଚାୟତ ଭାଲୁଚଞ୍ଚରା ଗ୍ରମର ପ୍ରାୟ ୧୫ ପରିବାର ମେଟାଲ ଦଲାଲ ଓ ଟ୍ରାକ୍ଟର ମାଲିକଙ୍କ କଥାରେ ପଡି ମେଟାଲ ପ୍ରସ୍ତୁତି କାମରେ ଲାଗିଥିବା ଜଣାପଡିଛି। ଏମିତି ପାଟଭାଲେର ଗାଁ ନିକଟସ୍ଥ ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ଶହ ଶହ ଟ୍ରିପ ମେଟାଲ ଟ୍ରାକ୍ଟର ଦ୍ବାରା ଚାଲାଣ ହେଉଛି। ବାରମ୍ବାର ଟ୍ରାକ୍ଟର ଯିବା ଆସିବା କରିବା ଫଳରେ ଜଙ୍ଗଲରେ ବଡ ବଡ ଖାଲଖମା ହୋଇଯାଉଛି। ଅନ୍ୟପଟେ ବନ ବିଭାଗ ଦ୍ବାରା ଲଗାଯାଇଥିବା ସାଗୁଆନ ଗଛ ଟ୍ରାକ୍ଟର ଓ ଲୋକଙ୍କ ଗମନାଗମନ ଯୋଗୁଁ ନଷ୍ଟ ହୋଇ ବସିଲାଣି।

ଏନେଇ ମେଟାଲ ପ୍ରସ୍ତୁତ କରୁଥିବା ଭାଲୁଚଞ୍ଚରା ଗ୍ରାମର ଲୋକମାନଙ୍କୁ ପଚାରିବାରୁ ବର୍ତ୍ତମାନ କରୋନା କଟକଣା ଯୋଗୁଁ ଅଞ୍ଚଳରେ କାମ ଠିକ୍ ଭାବରେ ମିଳୁନାହିଁ କି ବାହାର ରାଜ୍ୟକୁ ମଧ୍ୟ ଯାଇ ହେଉନାହିଁ।ପଞ୍ଚାୟତରେ ମନରେଗା ଯୋଜନାରେ ଯେଉଁ କାମ କରିଛୁ ବହୁ ଦିନ ହେଲା ୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଏଯାଏଁ ମିଳି ନାହିଁ ତେଣୁ ଭୋକ ଉପାସରେ ରହୁଥିବା ଯୋଗୁଁ ବାଧ୍ୟ ହୋଇ ମେଟାଲ ଚୁପୁଛୁ ବୋଲି ପ୍ରକାଶ କରିଥିଲେ। ଏନେଇ ଗୋବର୍ଦ୍ଧନ ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ଯେ, ଠିକାଦାର ଓ ଟ୍ରାକ୍ଟର ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ କ୍ରସରରୁ ମେଟାଲ ନଆଣି ନିକଟ ଜଙ୍ଗଲ ମାନଙ୍କଠାରୁ ନିମ୍ନ ମାନର ହାଲୁକା ପଥର ଖୋଜି ଲୋକଙ୍କୁ ମଜୁରି ଦେଇ ପଥରକୁ ଫଟାଇ ମେଟାଲ ପ୍ରସ୍ତୁତ କରାଉଛନ୍ତି। ତାହାକୁ ଆଣି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଭାଲୁଚଞ୍ଚରା ଗାଁଠାରେ ଗୋବର୍ଦ୍ଧନପୁର ରାସ୍ତା ୩/୪ କିମି ଓ ବୁରାଟ ଗାଁରୁ ପାଣିମୁଣ୍ଡା ଦେଇ ଲକଟାଖମନ ଗାଁ ପର୍ଯ୍ୟନ୍ତ ୭ କିମି ରାସ୍ତା ନିର୍ମାଣରେ ନିମ୍ନ ମାନର ହାତ ତିଆରି ମେଟାଲ ବ୍ୟବହାର କରାଯାଉଥିବା ସରପଞ୍ଚ ଶ୍ରୀ ମାଝୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସରପଞ୍ଚ ଶ୍ରୀ ମାଝୀ ନିମ୍ନ ମାନର ମେଟାଲକୁ ରାସ୍ତା କାମରେ ବ୍ୟବହାର ନ କରିବା ପାଇଁ ଠିକାଦାରଙ୍କୁ କହିଥିବା ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଏହି ସଂରକ୍ଷିତ ଜଙ୍ଗଲରୁ ମାସ ମାସ ଧରି ମେଟାଲ ଚାଲାଣ ହେଉଥିବା ବେଳେ ପାଣିମୁଣ୍ଡା ବିଟ୍ ରେ ଥିବା ଫରେଷ୍ଟ ଗାର୍ଡ ସୁଶାନ୍ତି ବୁଦ୍ଧିଆ ତଦାରଖ କରୁଛନ୍ତି କି ନାହିଁ, ନା ସବୁଜାଣି ଅଜଣା ରହିଛନ୍ତି ବୋଲି ଅଞ୍ଚଳବାସୀ କହୁଛନ୍ତି। ଏନେଇ ସିକେରକୁପା ବନ ବିଭାଗ ଦାଇତ୍ୱରେ ଥିବା ବନପାଳ ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ବର୍ତ୍ତମାନ ଆମର ଜଣେ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ଆଜିକୁ ୧୮ ଦିନ ହେଲା ନିଖୋଜ ଅଛନ୍ତି। ଅଞ୍ଚଳରେ ହାତୀପଲ ମଧ୍ୟ ରହି ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି। ଆମେ ସମସ୍ତ ଷ୍ଟାଫ ଏହି କାର୍ଯ୍ୟରେ ବ୍ୟସ୍ତ ରହିଛୁ। ମୁଁ ଆସନ୍ତା କାଲି ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲକୁ ଯାଇ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.