୧୪ରେ କବିତା ମିନାର ସାହିତ୍ୟ ଘରର ଇ-ମାଗାଜିନ୍ ଉନ୍ମୋଚନ ଓ ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧନା

ବଡ଼ମ୍ବା: କବିତା ମିନାର ସାହିତ୍ୟ ଘରର ପ୍ରଥମ ମୁଖପତ୍ର ଶିଶୁ ବିଶେଷାଙ୍କ ଇ-ମାଗାଜିନ୍ ଭର୍ଚୁଆଲ ମୋଡରେ ଆସନ୍ତା ୧୪ ତାରିଖ ଶିଶୁ ଦିବସ ଅବସରରେ ଉନ୍ମୋଚିତ ହେବାକୁ ଯାଉଛି। ଏହା ୧୪ ତାରିଖ ୧୨ ଘଟିକା ସମୟରେ ସ୍ଥାୟୀ ସଭାପତି ଶ୍ରୀ ଜଗନ୍ନାଥ ବାରିକ, ମାର୍ଗଦର୍ଶକ ଶ୍ରୀ ସୁଦାମ ସୋଲମାନ ଗୋଛି, ଉପଦେଷ୍ଟା ଶ୍ରୀ ସଂଗ୍ରାମ କିଶୋର ସାମନ୍ତରାୟ, ଶ୍ରୀ ଇନ୍ଦ୍ରବାଦଲ ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମୃତ୍ୟୁଞ୍ଜୟ ସାହୁ, ସମ୍ପାଦକ ଶ୍ରୀ ସାଗର କୁମାର ପରିଡ଼ା ଏବଂ ସହ ସମ୍ପାଦକ ଶ୍ରୀ ଅନାମ ଚରଣ ସାହୁଙ୍କ ଉପସ୍ଥିତିରେ ଉନ୍ମୋଚିତ ହେବ।

Omkar Vasthu
Omkar Vasthu

ଏହି ଅବସରରେ ପ୍ରଥମ କବିତା ମିନାର ସାରସ୍ଵତ ସମ୍ମାନ-୨୦୨୦ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ
ଆଠ ଜଣ ସାହିତ୍ୟିକ ଓ ସାହିତ୍ୟ ସଂଗଠକଙ୍କୁ ପ୍ରଦାନ କରାଯିବ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସଂଗ୍ରାମ କିଶୋର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଶ୍ରୀ ରକ୍ଷକ ନାୟକ, ଶ୍ରୀ ଇନ୍ଦ୍ରବାଦଲ ମହାନ୍ତି, ଶ୍ରୀ ସୁଦାମ ସୋଲମାନ ଗୋଛି ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ହୋତା ଆଦି ଯୋଗଦେବା ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଏହି ଭର୍ଚୁଆଲ ସଭାକୁ ଇ-ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ଜେନା ସଂଯୋଜନା କରିବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.