କାହା ପାଇଁ ନିର୍ମାଣ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିିଛି ଶୀତଳଭଣ୍ଡାର

ରାୟଗଡ: ଦୀର୍ଘ ୭ବର୍ଷ ଧରି ଚାଷୀଙ୍କୁ ଅଟହାସ୍ୟ କରି ଚାହିଁ ରହିଛି ରାୟଗଡ ଠାରେ ଥିବା ଶୀତଳଭଣ୍ଡାର । ଚାଷୀଙ୍କ ଉତ୍ପାଦିତ ଫଳ, ପନିପରିବା ଆଦିକୁ ସଂଗୃହିତ କରି ଦୀର୍ଘଦିନ ଧରି ସଂରକ୍ଷିତ ରଖିବାକୁ ଉଦ୍ଦେଶ୍ୟ ନେଇ ଗତ ୨୦୧୩ ମସିହାରେ ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାର ଏବେ ସଂପୂର୍ଣ୍ଣ ଶୀତଳି ଯାଇଛି । ଫଳରେ ରାୟଗଡ ଜିଲ୍ଳାରେ ଚାଷୀ ଯେତିକି କ୍ଷତି ସହୁଛି ସେତିକି ପରିମାଣରେ ଖାଉଟିମାନେ ମଧ୍ୟ ଦରଦାମ ବୃଦ୍ଧିକୁ ନେଇ ସବୁ ସମୟରେ ଚିନ୍ତାରେ ପଡୁଛନ୍ତି । ରାୟଗଡ ସହରର ତୁମ୍ବିଗୁଡା ନିକଟ ରାୟଗଡ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପାଶ୍ୱର୍ରେ ରହିଥିବା ଶୀତଳ ଭଣ୍ଡାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ରକ୍ଷାଣବେକ୍ଷଣ ଅଭାବରୁ ଶୀତଳଭଣ୍ଡାର ଭିତରେ ଓ ବାହାରେ ଜଙ୍ଗଲ ସୃଷ୍ଟି ହୋଇଗଲାଣି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଶୀତଳ ଭଣ୍ଡାରରେ ଥିବା ସମସ୍ତ ଶୀତତାପ ଯନ୍ତ୍ରପାତି ବ୍ୟବହାର ହେଉ ନ ଥିବାରୁ ନଷ୍ଟ ହୋଇଗଲାଣି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳାରେ ହଜାର ହଜାର ପନିପରିବା ଚାଷୀମାନେ ନିଜ ଉତ୍ପାଦିତ ଫସଲକୁ ଦୀର୍ଘଦିନ ଧରି ସଂରକ୍ଷିତ ରଖିପାରୁ ନ ଥିବାରୁ ଚାଷଜମିରୁ ଟନ ଟନ ପରିବା ଉତ୍ପାଦନ କରୁଥିଲେ ମଧ୍ୟ ବାଧ୍ୟ ହୋଇ କମ ଦରରେ ବ୍ୟବସାୟୀମାନଙ୍କୁ ବିକ୍ରି କରି ଦେଉଛନ୍ତି । ଜିଲ୍ଳାର ବିିିଭିନ୍ନ ବ୍ଳକରେ ଅନେକ ପ୍ରକାର ଫଳ ଯଥା, ସପୁରୀପଣସ, ଆମ୍ବ,ସୀତାଫଳ, ବୋଇତାଳୁ, ହଳଦୀ, କଦଳୀ ଆଦି ଅନ୍ୟାନ୍ୟ ଚାଷ କରାଯାଇ ଭଲ ଫସଲ ଉତ୍ପାଦିତ ହେଉଥିବା ବେଳେ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଏହାର ଫାଇଦା ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ବେପାରୀମାନେ ଆସି ଚାଷୀମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ନ ଦେଇ କମ ଦର ଦେଇ ବାହାର ରାଜ୍ୟକୁ ରପ୍ତାନୀ କରୁଛନ୍ତି । ଜିଲ୍ଳା ପ୍ରଶାସନ ପାଖେ ଏ ନେଇ ଖବର ରହିଥିଲେ ସୁଦ୍ଧା ଚାଷୀ ଓ ଖାଉଟିଙ୍କ ଅସୁବିଧାକୁ ଜାଣି ମଧ୍ୟ ଚୁପ ବସିଥିବା ଅଭିଯୋଗ କରୁଛନ୍ତି ଚାଷୀକୂଳ । ଶୀତଳ ଭଣ୍ଡାରର କାର୍ଯ୍ୟକ୍ଷମ ନେଇ ମାର୍କଫେଡ୍ ଆଂଚଳିକ ପରିଚାଳକ ନାରାୟଣ ଭୋଇଙ୍କୁ ପଚାରିବାରୁ ଶୀତଳ ଭଣ୍ଡାରର କାର୍ଯ୍ୟକାରିତାକୁ ନେଇ ସେ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରିଥିବା କହିଛନ୍ତି । ଏଥିସହ ଶୀତଳ ଭଣ୍ଡାରକୁ ବେସରକାରୀ ଘରୋଇ ସଂସ୍ଥାକୁ ଲିଜ ଭାବେ ଦେଇ କାର୍ଯ୍ୟକ୍ଷମ କରାଯିବାକୁ ବିଭାଗ ଯୋଜନା କରୁଥିବା ବେଳେ କରୋନା କଟକଣା ଯୋଗୁଁ ବିଭାଗୀୟ ପ୍ରୋସେଡିଂ କାର୍ଯ୍ୟ ଅଟକି ରହିଥିବା ସେ କହିଛନ୍ତି ।

Udyog Nursery
Udyogi Nursery

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.