ନାସା ରୋଭର ଚାଲେଞ୍ଜ-୨୦୨୧ରେ ଅଂଶଗ୍ରହଣ କରିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ


ଭୁବନେଶ୍ଵର: ଓଡ଼ିଶା ପାଇଁ ଏକ ଖୁସି ଖବର। ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ ନାସା ରୋଭର ଚାଲେଞ୍ଜ-୨୦୨୧ରେ ଅଂଶଗ୍ରହଣ କରିବେ। ନାସାରେ ଭାରତ ପାଇଁ ଏହି ୧୦ ଜଣିଆ ଟିମ ପ୍ରତିନିଧିତ୍ୱ କରିବେ। ୨୦୨୧ ଏପ୍ରିଲ ମାସରେ ନାସା ରୋଭର ଚାଲେଞ୍ଜ ପ୍ରତିଯୋଗିତା ହେବ। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ ଏଥିରେ ଭାଗ ନେବେ। 

 

ଟିମରେ ସ୍କୁଲ ପିଲାଙ୍କ ବ୍ୟତୀତ ଆଇଟିଆଇର ଛାତ୍ରଛାତ୍ରୀମାନେ ମଧ୍ୟ ଅଛନ୍ତି। ମଙ୍ଗଳ ପୃଷ୍ଠରେ ଚାଲିପାରିବା ଭଳି ରୋଭର ପ୍ରସ୍ତୁତ କରିବେ ଏହି ଟିମ। ପ୍ରଥମ ଥର ପାଇଁ ଦେଶରେ ସ୍କୁଲପିଲାଙ୍କୁ ନେଇ ଏହି ଟିମ ଚୟନ କରାଯାଇଛି। ଓଡ଼ିଶାର ବଛାବଛା ୧୦ ଜଣ ସ୍କୁଲ ପିଲାଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି।

Click here to Like us on Facebook👇🏻

https://facebook.com/odiabarta