କୋଭିଡ଼ ନିୟମ ସହିତ ଆରମ୍ଭ ହେଲ ଗିରିଗୋବର୍ଦ୍ଧନ ପୂଜା

କଳାହାଣ୍ଡି: ବିଶ୍ୱ ମହାମାରୀ କରୋନା ପ୍ରଭାବରେ ବିଭିନ୍ନ ପର୍ବପର୍ବାଣୀ କେଳବ ବିଧି ରକ୍ଷା ନିମନ୍ତେ କରାଯାଉଥିବା ବେଳେ ମ.ରାମପୁର ବ୍ଲକ ଡ଼ମ୍ବକର୍ଲାଖୁଂଟାର ଗିରିଗୋବର୍ଦ୍ଧନ ପୂଜା ମଧ୍ୟ କୋଭିଡ଼ ନିୟମ ସହିତ ଆରମ୍ଭ ହେଇଛି । ଆଜି ଏହି ପୂଜାର ପ୍ରାରମ୍ଭିକ କାର୍ଯ୍ୟକ୍ରମ କଳସ ଯାତ୍ରା ମଧ୍ୟ କମ ଭକ୍ତଙ୍କୁ ନେଇ ଅନୁଷ୍ଠିତ ହେଇଥିଲା । ଆସନ୍ତାକାଲି ଏହି ପୂଜା ଅନୁଷ୍ଠିତ ହେବ । ଚଳିିତ ବର୍ଷ ଏହି ପୂଜାକୁ ସଭାପତି ମନୋଜ ସାହ.ସଂପାଦକ ବଳଦେବ ସାହୁ ସମସ୍ତ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବାବେଳେ କର୍ତ୍ତା ଦାୟିତ୍ୱ ଧନୁ ଧରୁଆ ନିର୍ବାହ କରୁଛନ୍ତି । ଡ଼ମ୍ବକର୍ଲାଖୁଂଟା, ଜକାବାହାଲି, ଫଟାମୁଣ୍ଡା ଏବଂ କାନ୍ଦେଗାଁର ଗ୍ରାମବାସୀଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ଗିରିଗୋବର୍ଦ୍ଧନ ପୂଜାକୁ ଅନ୍ୟମାନଙ୍କ ମଧ୍ୟରେ ଶରତଚନ୍ଦ୍ର ପୁଝାରୀ, ପ୍ରମୋଦ କୁମୁରା, ପରମାନନ୍ଦ ଛ୍‌ତ୍ରିଆ, ସୁଧୀର ପାତ୍ର,ସାଗର ବିଭାରଳଗିରିଧାରୀ ମାଝୀ, ସୁଧୀର ସେନାପତି, ନେହେରୁ ଭୋଇ, ବିପିନ କୁମୁରା, ରସପାଳ ଭୋଇ ଏବଂ ଜୟନ୍ତ ଛତ୍ରିଆ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.