୪୨ ଖଣ୍ଡ ଗାଁ ପାଇଁ ନିୟୋଜିତ ମାତ୍ର ୩ କନେଷ୍ଟବଳ ଓ ୩ ହୋମଗାର୍ଡ
୧୩୫ ବର୍ଷ ପୁରୁଣା ରିଷିଡା ଫାଣ୍ଡି ପୂର୍ଣ୍ଣାଙ୍ଗ ଥାନା ଅପେକ୍ଷାରେ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାର ଅନ୍ୟତମ ପୁରୁଣା ପୁଲିସ ଫାଣ୍ଡି ରିଷିଡା ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଏଇ ଫାଣ୍ଡିରେ ଗତ ଦୁଇ ମାସ ହେଲା ଫାଣ୍ଡିଧିକାରୀ ଅନୁପସ୍ଥିତ ଥିବାରୁ ସାମାନ୍ୟ କେସ ହେଲେ ମଧ୍ୟ ଲୋକେ ୨୫ କିମି ଦୂର ମ.ରାମପୁର ଥାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଇତି ମଧ୍ୟରେ ମ.ରାମପୁର ଥାନାର ଜଣେ ଏ.ଏସ.ଆଇ ଙ୍କୁ ଏଇ ଫାଣ୍ଡି ଦାୟୀତ୍ୱ ଦିଆଯାଇଥିଲା, ସେ ତାଲିମ ପାଇଁ ଯାଇଥିବାରୁ କର୍ଲାମୁଣ୍ଡା ଫାଣ୍ଡିଧିକାରୀ ଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ହେଲେ ଏଇ ରିଷିଡା ଫାଣ୍ଡି ପାଇଁ ସ୍ଥାୟୀ ଅଧିକାରୀ ଙ୍କ ଆବଶ୍ୟକତା ରହିଛି । ରିଷିଡା କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଫୁଲବାଣୀ ଓ ସୋନପୁର ଜିଲ୍ଳାର ସିମାନ୍ତରେ ଅବସ୍ଥିତ । ଏଇ ଅଚଂଳ ମାଓବାଦୀ ପ୍ରଭାବିତ । ରିଷିଡା ଫାଣ୍ଡିକୁ ପୂଣ୍ଣ୍ାର୍ଙ୍ଗ ଥାନାର ମାନ୍ୟତା ଦେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି । ରାଜ୍ୟ ସରକାର ମଧ୍ୟ ଆବଶକୀୟ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧି ଥନା ଘୋଷଣା କରିନାହାନ୍ତି । ଫଳରେ ଅଚଂଳରେ ଅସନ୍ତୋଷ ଦାନା ବାନ୍ଧୁଛି । ପ୍ରକାଶଥାଉକି ମ.ରାମପୁର ଥାନା ଅଧିନସ୍ଥ କର୍ଲାମୁଣ୍ଡା ବ୍ଳକରେ ଦୁଇଟି ଫାଣ୍ଡି ଥିବାବେଳେ ରିଷିଡା ଫାଣ୍ଡି ଅଧୀନରେ ୪୨ ଖଣ୍ଡ ଗ୍ରାମ ଓ ୧୦ ରୁ ଅଧିକ ପଡାଗ୍ରାମ ରହିଛି । ରିଷିଡା ଫାଣ୍ଡି ଜିଲ୍ଳାର ସିମାନ୍ତବର୍ତୀ ଓ ମାଓବାଦୀ ଅଧ୍ୟୁଷିତ ଅଚଂଳ ହୋଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଗୁରୁତ୍ୱ ନ ଦେବା ଚିନ୍ତାର କାରଣ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଗତ ଦୁଇ ମାସ ହେଲା ଏଠାରେ କାହିଁକି ଫାଣ୍ଡି ଅଧିକାରୀ ସ୍ଥାୟୀ ଭାବେ ନିୟୋଜିତ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠୁଛି । ତୁରନ୍ତ କଳାହାଣ୍ଡି ଏସପି, ଗୃହ ରାଷ୍ଟମନ୍ତ୍ରୀ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦବୀ ପୁରଣ କରିବା ସହ ରିଷିଡା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ପଦକ୍ଷେପ ନେବାକୁ ଆଚଂଳିକ ବିକାଶ ପରିଷଦ, ଗ୍ରାମ୍ୟ ଉନ୍ନୟନ କମିଟୀ, ଯୁବାମଂଚ ରିଷିଡା ଦାବୀ ଜଣାଇଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in
Click here to Like us on Facebook
https://facebook.com/odiabarta