ରାୟଗଡ: ରାୟଗଡର ଧରଣୀପେନୁ କୃଷକ ଉତ୍ପାଦକ କମ୍ପାନୀର ଚତୁର୍ଥତମ ବାଷିର୍କ ସାଧାରଣ ସଭା ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାଶିପୁର, ମୁନିଗୁଡା ଓ ବିଷମକଟକ ବ୍ଳକର ବିଭିନ୍ନ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ । ରାୟଗଡ ଓରମାସର ଉପନିର୍ଦ୍ଦେଶକ ମନୋଜ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କମ୍ପାନୀର ବ୍ୟବସାୟ ଓ ସୁଦୃୃଢିକରଣ ବିଷୟରେ ଅଭିଭାଷଣ ଦେଇଥିଲେ । ସେହିପରି ଓଡିଶା ଜୀବିକା ମିଶନ, ରାୟଗଡର ଜିଲ୍ଳା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ଓ ଜିଳ୍ଳା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି, ରାୟଗଡ ନିରଂଜନ ମିଲ୍ଳିକ ଉତ୍ପାଦକ କମ୍ପାନୀର ପରିଚାଳନା ଏବଂ ଅଭିବୃଦ୍ଧି ବିଷୟରେ ସଭାରେ ଆଲୋକପାତ କରାଇଥିଲେ ।
କମ୍ପାନୀର ଅଧ୍ୟକ୍ଷା ଶ୍ରୀମତି ନମିତା ସିଂ ଓ ସଂପାଦିକ ଜୟା କୁମାରୀ ସାରକା ଧରଣୀପେନୁ କୃଷକ ଉତ୍ପାଦକ କମ୍ପାନୀର ଆଭିମୁଖ୍ୟ ଉପରେ ଆଲୋକପାତ କରାଇଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ନାୟକ କମ୍ପାନୀର ଆୟବ୍ୟୟ ଅଟକଳ ଓ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ । କୃଷକ ଉତ୍ପାଦକ କମ୍ପାନୀର ସମସ୍ତ କର୍ମଚାରୀ, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ, ଓଡିଶା ଜୀବିକା ମିଶନ, ବିପିଏମ କାଶିପୁର, ଓରମାସ ୱାଇପି ଓ ଓଏଲଏମ ୱାଇପି ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।
ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in