ଗଛରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପଘର ଲୋକେ

କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଗୋପୀଗୁଡା ଗ୍ରାମର ସୁଦର୍ଶନ ନାଏକଙ୍କ ପତ୍ନୀ ଜୟନ୍ତୀ ନାଏକ(୪୫)ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ କପା ଚାଷ ଜମିରେ ଥିବା ଏକ ପିମ୍ପଳ ଗଛରୁ ଉଦ୍ଧାର କରିଛି ବିଜେପୁର ପୋଲିସ।

୧୯୯୭ ମସିହାରେ ଥୁଆମଲରାମପୁର ଥାନା ଅନ୍ତର୍ଗତ କରଲାପାଟ ପଞ୍ଚାୟତ ସ୍ଥିତ ଭେଜିଗୁଡା ଗ୍ରାମର ସାଧୁରାମ ନାଏକଙ୍କ ଭଉଣୀଙ୍କୁ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଗୋପୀଗୁଡା ଗ୍ରାମର ଅନ୍ତ ନାଏକଙ୍କ ପୁଅ ସୁଦର୍ଶନ ନଏକଙ୍କୁ ବିବାହ କରିଥିଲେ। ବିବାହ ପରେ ଖୁସିରେ ଥିଲେ। ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ମଧ୍ୟ ଅଛନ୍ତି। ବଡ଼ ପୁଅ ସନ୍ତୋଷ ନାଏକଙ୍କୁ ବାହାକଲା ପରେ ଝିଅ ମନ୍ଦାର ନାଏକଙ୍କୁ ଲାଞ୍ଜିଗଡ଼ରେ ବାହା ଦେଇଛନ୍ତି। ବର୍ତ୍ତମାନ କୁମର ନାଏକ ଓ ଭୂମି ନାଏକ ଘରେ ଅଛନ୍ତି। ଗତ ଶୁକ୍ରବାର ଦିନ ରାତ୍ର ୧୦ ଘଣ୍ଟା ସମୟରେ ବଡ ଭଣଜା ସନ୍ତୋଷ ମାମୁଁ ସାଧୁରାମଙ୍କୁ ଫୋନରେ ତମ ଭଉଣୀଙ୍କୁ ନେଇ ଆସିବକି ମୁଁ ଆଣି ଦେବି ବୋଲି କହିଥିଲା। ମାମୁଁ କଣ ହେଲା ଘରେ ଗଣ୍ଡଗୋଳ ଲାଗିଲକି କହିବାରୁ କିଛିନାହିଁ କହି ଫୋନ କାଟି ଦେଇଥିଲା। ପୁଣି କିଛି ସମୟ ପରେ ସାଧୁରାମ ପୁତୁରା ଶିବରାମ ନଏକଙ୍କୁ କହିଲା ଯେ ମୋ ମା’ ଜୟନ୍ତୀ ହଜିଯାଇଛି ବୋଲି। ଏହା ଶୁଣି ମହିଳାଙ୍କ ପରିବାର ଲୋକେ ନିଜ ନିଜ ବନ୍ଧୁ ବାନ୍ଧବଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଖବର ମିଳିନଥିବାରୁ ଗୋପୀଗୁଡା ସୁଦର୍ଶନଙ୍କୁ ବାରମ୍ବାର ଫୋନ କରିଥିଲେ।କିନ୍ତୁ ସେମାନଙ୍କ ଫୋନ ଉଠାଇ ନଥିବା ସାଧୁରାମ ପ୍ରକାଶ କରିଛନ୍ତି। ଶନିବାର ସକାଳେ ନିକଟସ୍ଥ ବୁଣ୍ଡେଲ ଗାଁର ଲୋକେ ଗାଇ ଚରାଇ ଗଲାବେଳେ ସୁଦର୍ଶନଙ୍କ କପା ବାଡ଼ରେ ଥିବା ଏକ ପିମ୍ପଳ ଗଛରେ ଜୟନ୍ତୀଙ୍କ ଝୁଲନ୍ତା ମୃତ ଦେହ ଦେଖି ଗୋପୀଗୁଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମହିଳାଙ୍କ ଭାଇ ସାଧୁରାମଙ୍କୁ ଫୋନ ଯୋଗେ ଜଣାଇବା ପରେ ଗାଡି ସୁବିଧା କରି ପରିବାର ଲୋକେ ଆସୁ ଆସୁ ଶନିବାର ସନ୍ଧ୍ୟା ହୋଇଯାଇଥିଲା।ଆସିବା ପରେ ମଧ୍ୟ ଭଉଣୀଙ୍କ ଶାଶୁଘର ଲୋକେ କୌଣସି ସହଯୋଗ କରି ନଥିବା ସାଧୁରାମ ପ୍ରକାଶ କରିଛନ୍ତି। ତା ପରଦିନ ରବିବାର ସକାଳେ ଘଟଣା ସ୍ଥଳକୁ ଯାଇ ଜୟନ୍ତୀର ଝୁଲନ୍ତା ମୃତ ଦେହ ଦେଖି ଏହା ଆତ୍ମହତ୍ୟା ନୁହେଁ ପରିବାର ଲୋକେ ମିଶି ହତ୍ୟା କରିଛନ୍ତି ବୋଲି ରବିବାର ସକାଳ ୯ ଘଣ୍ଟା ୫୦ ମିନିଟ ସମୟରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜୟନ୍ତୀଙ୍କ ଭାଇ ସାଧୁରାମ।

ଅଭିଯୋଗ ପରେ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଧାର କରି କରିଥିଲେ।ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲାରେ ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଆଣି ବେବଛେଦ ପରେ ମହିଳାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.