ଭର୍ଚୁଆଲ ମୋଡରେ କବିତା ମିନାର ସାହିତ୍ୟ ଘରର ମୁଖପତ୍ର ଲୋକାର୍ପିତ

ବଡ଼ମ୍ବା: ବଡମ୍ବାରେ ନବଜନ୍ମିତ କବିତା ମିନାର ସାହିତ୍ୟ ଘର ନିଜର ପ୍ରଥମ ମୁଖପତ୍ର ଇ-ମାଗାଜିନ୍ ଆକାରରେ ଶିଶୁ ଦିବସ ଅବସରରେ ଶିଶୁ ବିଶେଷାଙ୍କ ଭାବରେ ଆତ୍ମପ୍ରକାଶ କରିଛି। ପ୍ରଥମେ ବଡ଼ମ୍ବା ଭଟ୍ଟାରିକା ପୀଠରେ ଏହାକୁ ମାଆଙ୍କ ପାଦ ପଦ୍ମରେ ସମର୍ପଣ କରାଯାଇ ଥିଲା। 

ଏହାପରେ ଭର୍ଚୁଆଲ ମୋଡରେ ଗୁଗୁଲ ମିଟ୍ ମାଧ୍ୟମରେ ସ୍ଥାୟୀ ସଭାପତି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ବାରିକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସହ ସମ୍ପାଦିକା ରୁପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟଙ୍କ ସ୍ୱାଗତ ସଙ୍ଗୀତ ଗାନପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ଏହି ପତ୍ରିକାକୁ ବିଶ୍ବସ୍ତରୀୟ କରିବା ପାଇଁ ସଂକଳ୍ପ କରିଥିଲେ।

ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ଶିଶୁ ମାନଙ୍କ ହୃଦୟରେ ଆଧ୍ୟାତ୍ମିକତା ଭରିଦେଲା ଭଳି ରଚନା ସୃଷ୍ଟି କରିବା ପାଇଁ କବି ଓ ଲେଖକମାନଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ରାଜ୍ୟପାଳଙ୍କ ଲୋକସମ୍ପର୍କ ବିଭାଗର ଅଧିକାରୀ ରକ୍ଷକ ନାୟକ ଶିଶୁ ସାହିତ୍ୟିକ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ବାର୍ତ୍ତା ମାଧ୍ୟମରେ ସୂଚାଇ ଥିଲେ। ଅନ୍ୟ ସମ୍ମାନିତ ଅତିଥି ଇନ୍ଦ୍ରବାଦଲ ମହାନ୍ତି କବିତା ମିନାରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସନ୍ତୋଷ କୁମାର ପରିଡା, ମାର୍ଗଦର୍ଶକ ସୁଦାମ ସୋଲମାନ ଗୋଛି, ମୁଖ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ମନୋଜ ପଣ୍ଡା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନୁଷ୍ଠାନର କବିତା ମିନାର ସାରସ୍ଵତ ସମ୍ମାନ- ୨୦୨୦ ରାଜ୍ଯର ଆଠଜଣ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇଥିଲା ଏବଂ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯିବା ସହ ଶ୍ରେଷ୍ଠ ଦଶଜଣଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଇ ସମ୍ପାଦକ ଚନ୍ଦ୍ରକାନ୍ତ ଜେନା ସୂଚନା ଦେଇଥିଲେ। ପରେପରେ ଅନୁଷ୍ଠାନର ସହ-ସମ୍ପାଦକ ଅନାମ ଚରଣ ସାହୁ ନିଜର ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଓ ସର୍ବଶେଷରେ ଅନୁଷ୍ଠାନର ସମ୍ପାଦକ ସାଗର କୁମାର ପରିଡ଼ା ନିଜର ବକ୍ତବ୍ୟ ସହ ଅନୁଷ୍ଠାନର ଭବିଷ୍ୟତ ପନ୍ଥା ସମ୍ପର୍କରେ ସୂଚନା ଦେଇ ସଭା ସମାପ୍ତି ଘୋଷଣା କରିଥିଲେ।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.