ରାୟଗଡ: ରାଜ୍ୟ ସାମ୍ବାଦିକ ୟୁନିୟନ (ଏସୟୁଜେ, ଓଡିଶା) ରାୟଗଡ ଜିଲ୍ଳା ଶାଖା ତରଫରୁ ରାୟଗଡ ସହରସ୍ଥିତ ହୋଟେଲ କୈଳାସ ଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଳାର ବିଭିନ୍ନ ବ୍ଳକର ସାମ୍ବାଦିକମାନେ ଯୋଗଦାନ କରିଥିଲେ । ଜାତୀୟ ସାମ୍ବାଦିକ ଦିବସର ବିଷୟବସ୍ତୁ ‘ ମହାମାରୀ କରୋନା ସମୟରେ ଗଣମାଧ୍ୟମର ଭୂମିକା ଓ ଗଣମାଧ୍ୟମ ଉପରେ ପ୍ରଭାବ’କୁ ନେଇ ସଂଘର ସମସ୍ତ ସଭ୍ୟମାନେ ଆଲୋଚନା କରିଥିଲେ । ଏଥିସହ ସଂଘର ଆଗାମୀ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକାରିଣୀ ବୈଠକ ଉପରେ ଆଲୋଚନା କରାଯାଇଥିଲା ।
ସର୍ବଦା ଜଣେ ସାମ୍ବାଦିକ ସତ୍ୟ ଖବର ଅନୁସନ୍ଧାନ କରି ଖବର ପ୍ରକାଶିତ କଲେ ସମାଜକୁ ଏହା ଏକ ଦିଗଦର୍ଶନ ହେଇଥାଏ । ତେଣୁ ନିର୍ଭିକତା ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବା ପାଇଁ ସଭାପତି ଶ୍ରୀ ଗଉଡ ପ୍ରକାଶ କରିଥିଲେ । ଏସୟୁଜେ ରାଜ୍ୟ ସଭାପତି ଅଜୟ କୁମାର ସାହୁ ଅନଲାଇନ ମାଧ୍ୟମରେ ସମସ୍ତ ସଭ୍ୟଙ୍କୁ ଜାତୀୟ ପ୍ରେସ ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକର ମୂଳ ଲକ୍ଷ୍ୟ ଓ କର୍ତବ୍ୟ ସଂର୍ପକରେ ପ୍ରେରଣା ଦେଇଥିଲେ । ଜିଲ୍ଳା ସଂଘର ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ, ଜିଲ୍ଳା ଉପସଭାପତି ସହଦେବ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ,ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ଗୋପିନାଥ ଗଉଡ, ଦୁର୍ଗାପ୍ରସାଦ ପାଢୀ, ଗୁରୁବିନ୍ଦର ସିଂ, ନରେନ୍ଦ୍ର ହିଆଲ, ମୃତ୍ୟୁଂଜୟ ନନ୍ଦ, ତୁଷାର ରଂଜନ ସାହୁ, ଲୋକନାଥ ପାଲ, କମଳଲୋଚନ ଆମାରାପୁ, ଉଦୟ କିରଣ, ଅକ୍ଷୟ ପିଡିସିକା, ସନ୍ତୋଷ କୁମାର ବଚ୍ଛା, ମାଲେସ କୈାଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in