ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ୱେବିନାର ମାଧ୍ୟମରେ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡ଼: କୋଭିଡ-୧୯ ଗାଇଡଲାଇନ ନିର୍ଦ୍ଦେଶାବଳୀ ଅନୁସାରେ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ୱେବିନାର ମାଧ୍ୟମରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ୱେବିନାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଅଂଶଗ୍ରହଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ସମ୍ମାନୀତ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’ ଓ ରାୟଗଡ ମହାବିଦ୍ୟାଳୟର ଅଧ୍ୟାପିକା ଡଃ.ମାନସୀ ମହାନ୍ତି ଯୋଗଦାନ କରି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ କାର୍ଯ୍ୟାବଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଳାପାଳ ଶ୍ରୀ ବେହେରା ମହାମାରୀ କରୋନା ସମୟରେ ରାୟଗଡ ଜିଲ୍ଳାର କାର୍ଯ୍ୟରତ ସାମ୍ବାଦିକମାନେ ପ୍ରତିକୂଳ ପରିବେଶରେ ମଧ୍ୟ ଜିଲ୍ଳାବାସୀ ଏବଂ ଜିଲ୍ଳା ପ୍ରଶାସନକୁ ଖବର ପରିବେଶଣ କରିଥିବାରୁ ସମସ୍ତଙ୍କୁ ସେ ସାଧୁବାଦ ଜଣାଇଥିଲେ ।

Omkar Vasthu
Omkar Vasthu

ଚଳିତ ବର୍ଷ ଜାତୀୟ ପ୍ରେସ ଦିବସରେ ‘ମହାମାରୀ କରୋନା ସମୟରେ ଗଣମାଧ୍ୟମର ଭୂମିକା ଓ ଗଣମାଧ୍ୟମ ଉପରେ ପ୍ରଭାବ’ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା । ଏହି ୱେବିନାର କାର୍ଯ୍ୟକ୍ରମରେ ଜିଲ୍ଳା ସଦର ମହକୁମା ଓ ବିଭିନ୍ନ ବ୍ଳକର ସାମ୍ବାଦିକମାନେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.