କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ତରଫରୁ ପୋଷ୍ୟ ସନ୍ତାନ ପାଳନ ସପ୍ତାହ ଅବସରରେ ଆଜି ପୋଷ୍ୟ ସନ୍ତାନ ସଚେତନତା ରଥର ଶୁଭାରମ୍ଭ ହେଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ଡ଼ା ଗାଭାଲି ପରାଗ ହର୍ଷଦ ପତାକା ଦେଖାଇ ଉକ୍ତ ରଥର ଶୁଭାରମ୍ଭ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ଶିଶୁ ସୁରକ୍ଷା ୟୁନିଟ ଅଧ୍ୟକ୍ଷ ରାଜେଶ କୁମାର ନାୟକ, ଜୁଭେନିଆର ଜଷ୍ଟିସ ବୋର୍ଡ଼ ସଭ୍ୟ ରୂପେଶ ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in






