୧୪୩ ଅଙ୍ଗନବାଡି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଶିତବସ୍ତ୍ର ଏବଂ ଜୋତା ବଣ୍ଟନ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ତ ୧୪୩ ଅଙ୍ଗନବାଡି କେନ୍ଦ୍ର ଏବଂ ମିନି ଅଙ୍ଗନବାଡି କେନ୍ଦ୍ରର ମୋଟ ପୁଅ ସଂଖ୍ୟା ୧୩୮୪ ଓ ମୋଟଝିଅ ସଂଖ୍ୟା ୧୩୯୪ଜଣ ଶିଶୁଙ୍କୁ ଶିତବସ୍ତ୍ର ଓ ଜୋତା ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଯାଞ୍ଚ କମିଟି ଏବଂ ମାତୃ କମିଟି ସହ ଗ୍ରାମର ୱାର୍ଡ ସଭ୍ୟ ମାନେ ଯୋଗ ଦେଇ ଏହି ଛୋଟ ଛୋଟ ଶିଶୁ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୀତ ବସ୍ତ୍ର ଓ ଜୋତା ବଣ୍ଟନ କରିଥିଲେ।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କୁ ଅଭିବାବକ ମହଲରେ ପ୍ରଶଂସା କରାଯାଇଛି। ସେହିପରି ରାମନାଗୁଡା ସେକ୍ଟରର କୋଣ୍ଡାଜାମ ଅଙ୍ଗନବାଡି କେନ୍ଦ୍ର ରେ ୨୯ଜଣ ପୁଅ ଙ୍କୁ ୧୬ଜଣ ଝିଅ ଙ୍କୁ ବ୍ଲକ ର ଉପାଧକ୍ଷ ସୂର୍ଯ୍ୟରାଓ କୁମ୍ବ୍ରିକା ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି କେନ୍ଦ୍ର ରେ ଅଧ୍ୟୟନ ଶିଶୁ ମାନଙ୍କୁ ଶିତବସ୍ତ୍ର ଓ ଜୋତା ବଣ୍ଟନ କରିଥିବା ଜଣାପଡିଛି।

ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ ଶୁଣ୍ଢିଧାମୁଣି ପଂଚାୟତ ସହ ବ୍ଲକର ବିଭିନ୍ନ କେନ୍ଦ୍ର କୁ ଯାଇ ସଠିକ ଭାବେ ବଣ୍ଟନ କରାଯାଇଛି କି ନାହିଁ ତାହା ତଦନ୍ତ କରି ପରିଦର୍ଶନ କରିଥିଲେ।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.