ଗୋବର୍ଦ୍ଧନପୁର ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତ ଠାରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଏବିଡିଓ ବିଭୁତିଭୂଷଣ ଶତପଥି, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ପିଏ ଶଙ୍କର୍ଷଣ ସାହୁ, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ, ଏପିଓ ସଞ୍ଜିତ କୁମାର ପରିଡା, ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ, ବିପିସି ରାଜେଶ କୁମାର ମହାରଣା, ସହାୟକ ପିତବାସ ସାହୁ, ସିଆରସିସି ତପନ କୁମାର ଭୋଇ, ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ରମା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ଓ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଗ୍ରାମ ରୋଜଗାର ସେବକ ବିଭୁପ୍ରସାଦ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ରେକର୍ଡ ସଂଖ୍ୟକ ତିନିଶହ ଲୋକେ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ। ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତ ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଯୋଗାଣ ସହାୟକ କମଳ ମାଝୀ, ସୁଶାନ୍ତ ହାତୀ, ରାମସାଗର ମାଝୀ, ୱାର୍ଡସଭ୍ୟ ଅଶୋକ ପରିଡା, ବିନୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶିବିରରେ ଲୋକେ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପାନୀୟ ଜଳ, ମନରେଗା ଆଦି ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ। ତେବେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ସଂପଦ ବିଭାଗ, ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଅଧିକାରୀ କିମ୍ବା କୌଣସି କର୍ମଚାରୀ ଯୋଗ ଦେଇନଥିବାରୁ ଏହି ବିଭାଗର ଅନେକ ଅଭିଯୋଗ ବକେୟା ରହିଥିବା ଜଣାପଡିଛି। ସେହିପରିି ବ୍ଲକର ଅନ୍ୟ ସମସ୍ତ ପଞ୍ଚାୟତରେ ମଧ୍ୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.