ଜୀବନ ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଛତୁଚାଷ ପ୍ରଶିକ୍ଷଣ

କଳାହାଣ୍ଡି/ଲାଞ୍ଜିଗଡ: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିଗଡ ବ୍ଲକ ଚନ୍ଦନପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କୁ ନେଇ ଜୀବନ ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ଛତୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନାବାର୍ଡ ଓ ବେଦାନ୍ତର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ସଖୀ ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନାବାର୍ଡର ଡିଡିଏମ୍ ମଳୟ ମେହେର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମଧୁମିତା ଜେନା, ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ବେଦାନ୍ତ ସିଏସ୍‌ଆର୍ ବିଭାଗର କବିତା ସାହୁ, ପିୟୁଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ମହାଶକ୍ତି ଫାଉଣ୍ଡେସନର ସଂପାଦକ ଯୋଗାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁବର୍ଣ୍ଣ ନାଏକ, ଜଗନ୍ନାଥ ହରପାଲ, ବାସନ୍ତୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକର ଗୋଷ୍ଠୀର ମହିଳାମାନେ ଛତୁଚାଷ କରି କିପରି ଲାଭବାନ ହୋଇପାରିବେ ସେ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକର ୯୦ ଜଣ ମହିଳା ଭାଗ ନେଇ ଛତୁଛାଷ ସଂପର୍କିତ ତାଲିମ ଗ୍ରହଣ କରିଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.