ନର୍ଲା ଠାରେ ଉଦ୍ଘାଟିତ ହେଲା ଧାନ ମଣ୍ଡି: ଆରମ୍ଭ ହେଲା ଖରିଫ ଧାନ କିଣା

କଳାହାଣ୍ଡି: ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହୋଇଛି। ସେହି କ୍ରମରେ ଜିଲ୍ଲାର ନର୍ଲା ଠାରେ ରବିବାର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ମଣ୍ଡିର ଶୁଭ ଉଦ୍ଘାଟନ କରିଛନ୍ତି। ଏନେଇ ଆୟୋଜିତ ଉତ୍ସବରେ ସମବାୟ ସମିତିର ସମ୍ପାଦକ ବୃନ୍ଦାବନ ବାରିକ, ସଭାପତି ଚିରଞ୍ଜିବି ଗୌଡ଼ିଆ, ଶ୍ରୀ ରାମାନୁଜ ଏଗ୍ରୋ ମିଲର ଧୀରେନ୍ଦ୍ର ଖେତlନ, କହେଁୟା ଏଗ୍ରୋ ମିଲର ବିମଲ ଚନ୍ଦ୍ର କେଡ଼ିଆ, ଚାଷୀ ସନ୍ତୋଷ ପଧାନ, ପଙ୍କଜ ପଧାନ, ଅନିରୁଦ୍ଧ ବିଶ୍ୱାଳ, କାମରାଜ ନାଏକ, ଦିଲୀପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଚାଷୀ ପଙ୍କଜ ପଧାନଙ୍କ ୩୬ କୁଇଣ୍ଟାଲ ଓ ସନ୍ତୋଷ ପଧାନଙ୍କ ୧୪୦ କୁଇଣ୍ଟାଲ ଧାନ ବିକ୍ରି ହୋଇଥିଲା। ଏହି ଧାନ ମଣ୍ଡିରେ ଦୁଇ ମିଲର୍ସ ପ୍ରଥମ ପର୍ଯ୍ୟlୟରେ ୧୩୯୦୦ କୁଇଣ୍ଟାଲ ଧାନ ଉଠାଇବେ ବୋଲି ଲକ୍ଷ ଧାର୍ଯ୍ୟ ହୋଇଛି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡ଼ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.