ନାଗ ଚତୁର୍ଥୀ : ନାଗନାଗୁଣୀ ଦେବତାଙ୍କୁ ପ୍ରଶନ୍ନ କରିବାର ନିଆରା ପରମ୍ପରା

ରାୟଗଡ: ଦୀପାବଳୀ ପାଳନର ପାଂଚଦିନ ପରେ ରାୟଗଡ ସହରର ବିଭିନ୍ନ ସ୍ଥାନରେ ଆଜି ନାଗ ଚତୁର୍ଥୀକୁ ପାଳନ କରାଯାଇଛି । ଆଜି ସକାଳୁ ଲୋକେ ହାତରେ ପୂଜା ସାମଗ୍ରୀ ନେଇ ଉଇହୁଙ୍କା ସ୍ଥାନଗୁଡିକରେ ପଂହଚିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ସହରରେ ଉଭୟ ଓଡିଆ ଓ ତେଲୁଗୁ ସଂପ୍ରଦାୟର ଲୋକେ ଏହି ନାଗ ଚର୍ତୁଥୀ ପୂଜା କରିଥିବା ଦେଖିବାକୁ ମିଳିଥିଲା । ଉଇହୁଙ୍କା ସ୍ଥାନକୁ ନାଗନାଗୁଣୀ ଦେବତାଙ୍କ ବାସସ୍ଥାନ ମାନ କରି ସେଠାରେ ସଫାସୁତୁରା କରି ଉକ୍ତ ହୁଙ୍କାରେ ପୂଜାର୍ଚ୍ଚନା କରାଯାଇଥାଏ । ପୂଜା ବିଧି ଅନୁଯାୟୀ ସେଠାରେ ଝୁଟି ପକାଇ କଦଳୀ, ନଡିଆ ଆଦି ନୈବେଦ୍ୟ ରଖାଯାଇଥାଏ ।

Udyog Nursery
Udyogi Nursery


ଏହି ପୂଜା କରିବା ଦ୍ୱାରା ଘରର ସୁଖଶାନ୍ତି, ସମୃଦ୍ଧି ବଜାୟ ରହିବା ସହ ପରିବାର ନିରୋଗ ରହିବା ପାଇଁ ନାଗନାଗୁଣୀ ଦେବତା ଆର୍ଶିବାଦ କରିଥାନ୍ତି ଏବଂ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ବିଶେଷ କରି ନାଗ ଦେବତାଙ୍କୁ ଭୋଗ ଆକାରରେ ତାଙ୍କ ପ୍ରିୟ ଖାଦ୍ୟ କ୍ଷୀର ଓ ଅଣ୍ଡାଗୁଡିକୁ ହୁଙ୍କା ମଧ୍ୟରେ ପକାଯାଇ ତାଙ୍କୁ ଆବାହନ କରାଯାଇଥାଏ । ସହରସ୍ଥିତ ସାଇପ୍ରିୟା ନଗରରେ ଥିବା ନାଗ ଦେବତା ମନ୍ଦିରରେ ଆଜି ଲୋକମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.