ଅଳ୍ପ ସମୟ ମଧ୍ୟରେ ନୋଟିସ ଓ ଥଇଥାନ ବ୍ୟବସ୍ଥା ନ ହେବାରୁ ବସ୍ତିବାସିନ୍ଦାଙ୍କ ଅସନ୍ତୋଷ
ରାୟଗଡ: ରାୟଗଡ ପୈାର ପରିଷଦର ୱାର୍ଡ ନମ୍ବର ୧ ସ୍ଥିତ ଗୁରୁଗୁଡା ରାସ୍ତା ନିକଟରେ ଥିବା କୃଷ୍ଣନଗରର ସରକାରୀ ଜାଗାରେ ରହୁଥିବା ୧୫ଜଣ ବସ୍ତିବାସିନ୍ଦାଙ୍କ ନିର୍ମାଣଧୀନ ଘରକୁ ଉଚ୍ଛେଦ କରିଛି ରାୟଗଡ ଜିଲ୍ଳା ପ୍ରଶାସନ । ପୂର୍ବରୁ ରାୟଗଡ ତହସିଲ ପକ୍ଷରୁ ନୋଟିସ କରାଯିବା ପରେ ଆଜି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଧିକାରୀ ସୁନୀଲ ଖରାଙ୍କ ଉପସ୍ଥିତିରେ ଜେସିବି ମେସିନ ଲଗାଯାଇ ୧୫ଟି ଘରକୁ ଭାଙ୍ଗି ଦିଆଯାଇଛି ।
ଡେରୁକୁ ପ୍ରାସ୍କା, ମନିଶା ମାଝି, ଦୁର୍ଶିଲା ପ୍ରାସ୍କା, ଦିପ୍ତି ବାଗ, ଜାନକୀ ବେହେରା, ଅଲେଖାବତୀ ନାୟକ, ହେମଲତା ପାଲକା, ୱାଲସା ବିଡିକା,ମୋହନ ମାଣ୍ଡାଙ୍ଗି, ରାମାରାଓ ପ୍ରାସ୍କା ଓ ବିଜୟ ତାଡିଙ୍ଗିଙ୍କ ସମେତ ଅନ୍ୟ ୪ଜଣଙ୍କ ଅର୍ଦ୍ଧ ନିର୍ମିତ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ ।
ତେବେ ୧୫ ବର୍ଷରୁ ଅଧିକ ଧରି ଝୁଲା ଜାଗାକୁ ସମତୁଳ କରି ବଡ କଷ୍ଟରେ ନିଜ କଷ୍ଟ ଅର୍ଜିତ ସଂଚୟ ଅର୍ଥକୁ ନେଇ ଗରୀବ ବାସହୀନ ପରିବାରମାନେ ଘରକରି ରହି ଆସୁଥିବା ବେଳେ ଅଳ୍ପ ସମୟ ମଧ୍ୟରେ ନୋଟିସ ଜାରି କରି ବିନା ଥଇଥାନ ବ୍ୟବସ୍ଥା କରି ଘର ଭାଙ୍ଗି ଦେଇଥିବାରୁ ପିଲାଛୁଆ ସମେତ ଘର ଆସବାବ ପତ୍ର ନେଇ କେଉଁ ସ୍ଥାନରେ ରହିବୁ ବୋଲି ଅଭିଯୋଗ କରିଛନ୍ତି ଏହି ବସ୍ତିବାସିନ୍ଦାମାନେ । ଏପରିକି ଜେସିବି ମେସିନ ସମ୍ମୁଖରେ ବେସାହାରା ହେବାକୁ ଥିବା ପରିବାର ମହିଳା, ପିଲାଛୁଆମାନେ ଆଗରେ ଶୋଇ ପଡିଥିଲେ । ଫଳରେ ପୋଲିସ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲା ।
ଅପରପକ୍ଷେ ସରକାରୀ ଜାଗାକୁ ଜବରଦଖଲ କରି ଘର କରିବା ଆଇନ ସମ୍ମତ ନୁହେଁ ତେଣୁ ବସ୍ତିବାସିନ୍ଦାମାନେ ସରକାରୀ ପ୍ରକ୍ରିୟାରେ ଆବେଦନ କଲେ ସେମାନଙ୍କୁ ଥଇଥାନ ବ୍ୟବସ୍ଥା ପାଇଁ ପ୍ରଶାସନ ସୁବିଧା କରିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ଖରା ପ୍ରକାଶ କରିଥିବା ବେଳେ ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁ ଓ ଭାରତୀୟ ଜନତା ପାର୍ଟି ନଗର କମିଟି ସଭାପତି ଶ୍ୟାମ କୁମାର ଦାସ ଦୃଢ ନିନ୍ଦା କରିବା ସହ ପ୍ରଥମେ ଥଇଥାନ ବ୍ୟବସ୍ଥା ପରେ ଜାଗାରୁ ଉଚ୍ଛେଦ କରିବା କଥା ବୋଲି ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ରାୟଗଡ ତହସିଲର ଗୁରୁଗୁଡା, ରାମଚନ୍ଦ୍ରପୁର ଓ ରାଣୀଗୁଡା ଜଙ୍କସନ ଠାରେ ଥିବା ରାଣୀଗୁଡା ମୈାଜାର ଖାତା ନମ୍ବର ୦୯ ଏବଂ ପ୍ଳଟ ନମ୍ବର ୮୨ର ୧୩ ଏକର ୯୫ଡିସିମିଲ୍ ସରକାରୀ ଜାଗାରେ ୧୫ରୁ ଉର୍ଦ୍ଧ ପରିବାରମାନେ ଘର କରି ରହି ଆସୁଥିଲେ । ଏହି ଜାଗାରେ ପୈାର ପରିଷଦ ପକ୍ଷରୁ ଜାଗା ମିଶନ ଯୋଜନାରେ ବହୁମଖୀ କାର୍ଯ୍ୟ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ଏହାର ଚର୍ତୁପାଶ୍ୱର୍ରେ ୧୫ଟି ପରିବାର ନିଜ ଘର ନିର୍ମାଣ କରୁଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ରାୟଗଡ ଥାନା ଅଧିକାରୀଙ୍କ ଉପସ୍ଥିତିରେ ୧ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in