ଟ୍ରେନରେ କଟି ଅଜଣା ବ୍ୟକ୍ତି ମୃତ

ରାୟଗଡ: ରାୟଗଡ–ସିଙ୍ଗାପୁର ରେଳ ଷ୍ଟେସନ୍ ଡାଉନ ଲାଇନ ରେଳ ଧାରଣା ମଧ୍ୟରେ ଟ୍ର୍ରେନରେ କଟି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ ରାୟଗଡ ସହରସ୍ଥିତ ସାଇପ୍ରିୟା ନଗରରେ ଥିବା ଶିବ ମନ୍ଦିର ପଛପଟ ପୋଲ ନମ୍ବର ୩୩୯/୨୬/୨୮ ମଝିରେ ମୃତବ୍ୟକ୍ତିଙ୍କ ଶବଟି ପଡି ରହିଥିବା ଦେଖିବାକୁ ମିଳିଛି । ତେବେ ମୃତବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ର ସାଢେ ୩ଟାରୁ ୪ଟା ମଧ୍ୟରେ ଜଣେ ଟ୍ରାକମ୍ୟାନ ରେଳଧାରଣା ଉପରେ ମୃତଦେହ ପଡିଥିବା ଦେଖି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଖବର ପାଇ ରାୟଗଡ ରେଳବାଇ ସୁରକ୍ଷା ବଳ ଆରପିଏଫ ପୋଲିସ ଏଏସଆଇ ଭି.ଆର.ରେଡ୍ଡି, କନେଷ୍ଟବଳ ଆର.ଭେଙ୍କେଟେଶାଲୁ ଓ ସୁଧାଂଶୁ ନାୟକ ଘଟଣାସ୍ଥଳରେ ପଂହଚିଥିଲେ । ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ କଟି ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରିଛି । ସରକାରୀ ରେଳବାଇ ପୋଲିସ ଜିଆରପି ପକ୍ଷରୁ ରେଳଧାରଣାରୁ ଶବକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ସହ ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Omkar Vasthu
Omkar Vasthu

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.