ଗୋରଖପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମଲେଖାରୁ ବଂଚିତ ୧୫ଜଣ ଛାତ୍ରଛାତ୍ରୀ

ଅଭିଭାବକଙ୍କ ପକ୍ଷରୁ ଡିବ୍ଳ୍ୟୁଓଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ: ନିଜ ଗାଁରେ ରହିଛି ଆଶ୍ରମ ବିଦ୍ୟାଳୟ । ତେବେ ନିଜ ବ୍ଳକର ଅନେକ ଛାତ୍ରଛାତ୍ରୀଙ୍କ ନାମ ଲେଖା ହେଉଥିବା ବେଳେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରିବାର ସୁଯୋଗ ନ ଦେଇ ଅନ୍ୟତ୍ର ବିଦ୍ୟାଳୟରେ ପାଠ ପଢାଇବା ପାଇଁ ବିଦ୍ୟାଳୟ କର୍ତୁୁପକ୍ଷମାନେ ପରାମର୍ଶ ଦେଉଥିବାରୁ ଏହାକୁ ପ୍ରତିବାଦ କରି ନିଜ ପିଲା ନିଜ ଗାଁ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ଦିଆଯାଉ କହି ଅଭିଭାବକମାନଙ୍କ ପକ୍ଷରୁ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଗୋରଖପୁର ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପଂଚମ ଶ୍ରେଣୀରୁ ଆକାଶ ନାୟକ,ଭାବନା ନାୟକ, ବିନୀତା ନାୟକ, ଚୁମୁକି ମାଝି, ଦୀପୁ ମାଝି, ଇନ୍ଦୁବତୀ ମାଝି, ଜିମି ମାଝି, ମିରା ନାୟକ, ପିଙ୍କି ନାୟକ, ପୁମନ ନାୟକ, ରାଜେଶ୍ୱରୀ ନାୟକ, ରମାଦେବୀ ନାୟକ, ସାରନ୍ତରୀ ମାଝି, ସୁଜାତା ଗୈାଡ ଓ ସୁମିତ ରେଲି ୧୫ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେବା ପରେ ସ୍ଥାନୀୟ ଗୋରଖପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ନାମଲେଖା ପ୍ରବେଶ ନିମନ୍ତେ ଆବେଦନ କରିଥିଲେ । ତେବେ ପୂର୍ବରୁ ଉକ୍ତ ବିଦ୍ୟାଳୟରେ ସିଟ୍ ସଂଖ୍ୟା ପୁରଣ ହୋଇଯାଇଥିବା କହି ପ୍ରଧାନ ଶିକ୍ଷକ ପିତାମ୍ବର ଭୋଇଙ୍କୁ ଗାଁ ପିଲାଙ୍କୁ ନାମଲେଖାରୁ ବଂଚିତ କରାଉଥିବା ଅଭିଯୋଗ ନେଇ ଆଜି ଗୋରଖପୁର ଗ୍ରାମର ଭଦ୍ରମଣ୍ଡଳି ତଥା ଅଭିଭାବକ ପ୍ରସନ୍ନ ପୂଜାରୀ, ଦାମ ନାୟକ, ସାରିଆ ମାଝି, ଅର୍ଜୁନ ନାୟକ ଓ ଅନ୍ୟମାନେ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

ଗୋରଖପୁର ଗ୍ରାମରେ ଥିବା ଆଶ୍ରମ ସ୍କୁଲଟି ନିର୍ଭରଯୋଗ୍ୟ ଓ ନିକଟବର୍ତୀ ଶିକ୍ଷାନୁଷ୍ଠାନ ହୋଇଥିବାରୁ ନିଜ ପିଲାଙ୍କୁ ଅନ୍ୟତ୍ର ପଠାଇବା ବଦଳରେ ଗୋରଖପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିଁ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଦାବି ପତ୍ରରେ ଉଲ୍ଳେଖ କରିଛନ୍ତି । ଅପରପକ୍ଷେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ଏ ନେଇ ପଚାରିବାରୁ ଅଭିଭାବକଙ୍କ ଅଭିଯୋଗକୁ ପାଇଥିବା ବେଳେ ଏ ନେଇ ବିଦ୍ୟାଳୟ କର୍ତୁପକ୍ଷଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.