ରୁଦ୍ରରଂଜନ ଶେଜପଡ଼ା ପାଇଲେ ଜାତୀୟ ଲାଡ୍‌ଲୀ ମିଡିଆ ଆୱାର୍ଡ

● ମହିଳାଙ୍କ ସମସ୍ୟା ଓ ସଫଳତାକୁ ନିଜ ଫିଚରରେ ଫୁଟେଇଲେ ରୂଦ୍ରରଂଜନ

ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଯୁବ ସାମ୍ବାଦିକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାହିତ୍ୟିକ ରୁଦ୍ରରଂଜନ ଶେଜପଡ଼ା ୨୦୧୮-୧୯ ବର୍ଷ ପାଇଁ ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପପୁଲେସନ୍‌ ଫାଷ୍ଟ (ପିଏଫ୍‌) ତଥା ୟୁନାଇଟେଡ୍‌ ନେସନ୍‌ସ ପପୁଲେସନ୍‌ ଫଣ୍ଡ (ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ‘ଜାତୀୟ ଲାଡ୍‌ଲୀ ମିଡିଆ ଆଣ୍ଡ ଆଡ୍‌ଭାଟାଇଜିଂ ଆୱାର୍ଡସ୍‌ ଫର୍‌ ଜେଣ୍ଡର ସେନ୍‌ସିଟିଭିଟି’ (ଏଲ୍‌ଏମ୍‌ଏଏଜିଏସ୍) ପୁରସ୍କାର ପାଇଛନ୍ତି। ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର ଅନ୍‌ଲାଇନ୍‌ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରେଖା ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ‘ୟୁଏନ୍‌ଏଫ୍‌ପିଏ’ର ଭାରତ ପ୍ରତିନିଧି ତଥା ଭୁଟାନର ରାଷ୍ଟ୍ରୀୟ ନିର୍ଦେଶିକା ଆର୍ଜେଣ୍ଟିନା ମାଟାଭେ ପିସିନ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଞ୍ଚଳିକ ଭାଷା ଫିଚର୍ ବିଭାଗରେ ବିଚାରକମାନଙ୍କ ଦ୍ବାରା ‘ସମ୍ବାଦ’ରେ ପ୍ରକାଶିତ ଶ୍ରୀ ଶେଜପଡ଼ାଙ୍କ ‘କାହା ପାଦେ ଘଂଗୁର, କାହା ହାତେ ତବଲା’ ଉତ୍କୃଷ୍ଟ ଫିଚର୍ ଭାବେ ଚୟିତ ହୋଇଥିଲା।

Udyog Nursery
Udyogi Nursery

ସୂଚନାଯୋଗ୍ୟ ଯେ, ଭାରତର ବିଭିନ୍ନ ପ୍ରଦେଶର ଛାପା ତଥା ବୈଦ୍ୟୁତିକ ଗଣମାଧ୍ୟରେ କାର୍ଯ୍ୟରତ ୧,୧୦୦ରୁ ଅଧିକ ସାମ୍ବାଦିକ ‘ଏଲ୍‌ଏମ୍‌ଏଏଜିଏସ୍‌’ ପାଇଁ ଆବେଦନ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ୯୩ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଉଲ୍ଲେଖ ଥାଉ କି ଶ୍ରୀ ଶେଜପଡ଼ା ଦୀର୍ଘ ୧୦ ବର୍ଷର ସାମ୍ବାଦିକତା ବୃତ୍ତିରେ ମହିଳାମାନଙ୍କ ସଫଳତା ଓ ସମସ୍ୟାକୁ ନେଇ ଏକାଧିକ ଫିଚର୍ ପ୍ରସ୍ତୁତ କରିଛନ୍ତି। ଯାହା ଗଣମାଧ୍ୟମରେ ନିୟମିତ ଭାବେ ପ୍ରକାଶ ପାଇଆସିଛି। ନିଜର ବହୁବିଧ ପ୍ରତିଭା ପାଇଁ ଶ୍ରୀ ଶେଜପଡ଼ା ପୂର୍ବରୁ ମଧ୍ୟ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଯାହା ଭିତରେ ୨୦୧୮ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍‌ ଇଡିଅଟ୍‌’ ପାଇଁ ପାଇଥିବା ଅନ୍ତର୍ଜାତୀୟ ‘ଏଡୁଡକ୍‌ ଫିଲ୍ମ ଫେଷ୍ଟିଭାଲ୍‌ ପୁରସ୍କାର’ ଏବଂ ୨୦୨୦ ମସିହାରେ ଓମେନ୍‌ ଆକ୍ଟିଭିଷ୍ଟ ଭାବେ ପାଇଥିବା ‘ଜାତୀୟ ଲିଟେରମା ନାରୀ ସମ୍ମାନ’ ଅନ୍ୟତମ। ସେହିପରି ୨୦୨୦ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ବାଆଁରା’ ପ୍ରକାଶ ପାଇଛି।

ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଝାରପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ତାଙ୍କ ମାଆ ଚମ୍ପାବତୀ ବାରିକ ଜଣେ ଶିକ୍ଷୟିତ୍ରୀ ଏବଂ ବାପା ରବୀନ୍ଦ୍ରନାଥ ଶେଜପଡ଼ା ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି। ସେ ସଂପ୍ରତି ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.