ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ପାଇଲେ ଜାତୀୟ ‘ଲାଡଲି ମିଡିଆ ୨୦୨୦’ ସମ୍ମାନ

କଳାହାଣ୍ଡି(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ନିୟମଗିରୀର ଡଙ୍ଗରିଆ ଯୁବତୀ ମାନଙ୍କ ଉପରେ ୨୦୧୯ ସେପ୍ଟେମ୍ବର ୨୨ ତାରିଖରେ ଦୈନିକ ‘ସମାଜ’ ପ୍ରକାଶିତ ଅନୁସଂଧାନ ମୂଳକ ସମ୍ବାଦ ‘ବିଶ୍ୱାସ ଓ ପରମ୍ପରା ଜାଲରେ ଡଙ୍ଗରୀଆ ଯୁବତୀ, ଭାବୀସ୍ୱାମୀର ଫେରିବା ବାଟକୁ ଚାହିଁ ରହିବାକୁ ପଡୁଛି ଅବିବାହିତା’ ରିପୋର୍ଟ ପାଇଁ କଳାହାଣ୍ଡି ଜିଲ୍ଲା ‘ସମାଜ’ ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ମୁମ୍ବାଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ, ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌) ଗଭର୍‌ମେଣ୍ଟ ଅଫ୍ ନରୱେ ଏବଂ ଇଣ୍ଟର ନ୍ୟାସନାଲ ଏଡ୍‌ଭେଟାଇଜିଙ୍ଗ ଏସୋସିଏସନ୍ (ଆଇ.ଏ.ଏ.) ମିଳିତ ଆନୁକୂଲ୍ୟରେ ୨୦ ତାରିଖ ଅପରାହ୍ନ ଘ.୪.୩୦ମି. ମୁମ୍ବାଇ ଠାରେ କୋଭିଡ୍‌-୧୯ ନୀୟମାବଳିକୁ ମାନି ଭିର୍‌ଟ୍ୟୁଆଲ୍ ପ୍ଲାଟଫର୍ମ ଓ ହଷ୍ଟେଡ୍ ଅନ୍‌ଲାଇନ୍ ଜରିଆରେ ମର୍ଯ୍ୟାଦାଜନକ “୧୦ତମ ଲାଡଲିମିଡିଆ ଏଣ୍ଡ୍ ଏଡ୍‌ଭାଟାଇଜିଙ୍ଗ ଏୱାର୍ଡ ଫର୍ ଜେଣ୍ଡର ସେନ୍ସସିଟିଭିଟି-୨୦୨୦” ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ଓ ସମ୍ମାନୀତ ଅତିଥି ଭାବେ ଗଭରମେଣ୍ଟ ଅଫ୍ ନୱେର ୟୁନାଇଟେଟ୍ ନ୍ୟାସନ୍ ପପୁଲେସନ୍ ଫାଷ୍ଟ (ୟୁଏନ୍‌ଏଫ୍‌ପିଏଫ୍‌) ର ଭାରତରେ ପ୍ରତିନିଧି ଆର୍‌ଜେନ୍‌ଟିନା ମାଟାଭେଲ ପିକିନ୍ ଯୋଗଦେଇଥିବା ବେଳେ ପଣ୍ଡିତ ଅନୁରାଧା ପାଲ ଓ ସାଥିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପପୁଲେସନ୍ ଫାଷ୍ଟର ନିର୍ଦ୍ଦେଶକ ଡ. ଏ.ଏଲ୍ ସାରଦା ଅଧ୍ୟକ୍ଷତା କରିଥିଲେ । ଶ୍ରୀ ଦ୍ୱିବେଦୀଙ୍କୁ ପୁରସ୍କାର ବାବଦରେ ସ୍ୱତନ୍ତ୍ର ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.