ପଶ୍ଚିମ ଓଡିଶା କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି (ହେମନ୍ତ ସାହୁ): ପଶ୍ଚିମ ଓଡିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ୨ ଦଫା ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ୨୦୦୮ ରୁ ୨୦୧୩ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା, ୨୦୧୪ ଜିଓର ସମ୍ପ୍ରସାରଣ ସହିତ ବିଭାଗୀୟ ନିର୍ଦ୍ଦେଶାନାମା ଜାରିକରିବା ପାଇଁ ସଂଘତରଫରୁ ଅନୁରୋଧ କରାଯାଇଛି ।

Omkar Vasthu
Omkar Vasthu

ପ୍ରକାଶ ଥାଉକି, ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସଭାପତିତ୍ୱରେ ୨୬.୧୧.୨୦୧୩ ମସିହାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୨୦୦୮ ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠିତ ହୋଇଥିବା ସମସ୍ତ ଜେନେରାଲ କଲେଜରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ସ୍ଥିର କରାଯାଇଥିଲା । ପରବର୍ତୀ ସମୟରେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମସଚିବ ଶ୍ରୀମତୀ ଶ୍ୟାମଳି ମହାପାତ୍ର ପତ୍ର ସଂଖ୍ୟା- ୩୧୫୭୦ ତା.୧୮.୧୧.୨୦୧୭ ମାଧ୍ୟମରେ ଏହି ବୈଠକର ନିଷ୍ପତି ସମ୍ପର୍କରେ ଉଲ୍ଲେଖ କରିଅଛନ୍ତି । ପଶ୍ଚିମ ଓଡିଶା ସଂଘର ସମ୍ପାଦକଙ୍କ ଦ୍ୱାରା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ନିକଟକୁ ସଂଘର ନ୍ୟାୟୋଚିତ ଦାବିରେ ହସ୍ତକ୍ଷେପ କରିବାକୁ ପତ୍ର ପ୍ରେରଣ କରାଯାଇଥିଲା । ଫଳ ସ୍ୱରୂପ ଅର୍ଥ ବିଭାଗର ଯୁଗ୍ମସଚିବ ଶ୍ରୀ ଅନିଲ କୁମାର ଦାସ ପତ୍ର ସଂଖ୍ୟା ୨୪୬୭୧ ତା୦୩.୦୯.୨୦୨୦ ମାଧ୍ୟମରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ସଂଘର ନ୍ୟାୟୋଚିତ ଦାବିର ପରିକ୍ଷଣ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପତ୍ର ପ୍ରେରଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ପରିତାପର ବିଷୟ ଦୀର୍ଘ ୨ ମାସ ବିତି ଯାଇଥିଲେ ସୁଦ୍ଧା ଉଚ୍ଚ ଶିକ୍ଷା ବିଭାଗର ଶିଥିଳତା ସରକାରଙ୍କର ୫ଟି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଶ୍ଚିମ ଓଡିଶା ସଂଘ ତରଫରୁ ରାଜ୍ୟର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ, ବିଧାୟକ, ସାଂସଦ, ବିରୋଧୀ ଦଳନେତା, ମୁଖ୍ୟଶାସନ ସଚିବ, ବିଧାନସଭା ଶିକ୍ଷା ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରାଯିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବଙ୍କ ନିକଟରେ ଇ-ଅଭିଯୋଗ କରାଯାଇଥିଲା । ଫଳସ୍ୱରୂପ ସଂଘର ନ୍ୟାୟୋଚିତ ଦାବି ପ୍ରତି ସମର୍ଥନ ଜଣାଇ ଦଳମତ ନିର୍ବିଶେଷରେ ବିଧାୟକ, ସାଂସଦ, ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ନ୍ୟାୟୋଚିତ ଦାବିପ୍ରତି ହସ୍ତକ୍ଷେପ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଅଛନ୍ତି ।

Udyog Nursery
Udyogi Nursery

ସାଂପ୍ରତିକ ସମୟରେ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନିକୁ ପୃଥକ୍ କରିବା ପାଇଁ ଅଂଟା ଭିଡୁଥିବା ସମୟରେ ଦୀର୍ଘ ୧୩/୧୪ ବର୍ଷ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନେ ସ୍ୱଳ୍ପ ଦରମା ପାଇ ନିରୀହ ଅଗଣିତ ଗରିବ ପିଲାମାନଙ୍କୁ ପାଠ ପଢେଇ ଆସୁଛନ୍ତି ତାହା ସହିତ ସରକାରୀ ନିର୍ବାଚନ, ପରୀକ୍ଷା ପରିଚାଳନା, ଜନଗଣନା, ପରୀକ୍ଷାଖାତା ମୂଲ୍ୟାୟନ ଆଦି ବିଭିନ୍ନ କାର୍ଯ୍ୟରେ ସରକାରଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ସତ୍ୱେ ସରକାରଙ୍କର ବିମୁଖତା ଜୀବନକୁ ଦୁର୍ବିସହ କରିପକାଇଛି । ତେଣୁ ସମସ୍ତ କର୍ମଚାରୀଙ୍କୁ ଶୀଘ୍ର ଅନୁଦାନ ପରିସରଭୁକ୍ତ କରିବା ଏବଂ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରିବା ପାଇଁ ପତ୍ର ମାଧ୍ୟମରେ ସଂଘର ସଭାପତି ଜୟନ୍ତ ବାଗ, ଉପ-ସଭାପତି ସୁରେନ୍ଦ୍ର ମୋହନ ସାହୁ, ଉପ-ସଭାପତି ଦିବ୍ୟକିଶୋର ପଣ୍ଡା, ସମ୍ପାଦକ ଶାନ୍ତନୁ କୁମାର ମହାଖୁଡ, କୋଷାଧ୍ୟକ୍ଷ ଉଦ୍ଧବ ମହନ୍ତ, ବରିଷ୍ଠ କାର୍ଯ୍ୟକର୍ତା ବ୍ରଜେନ୍ଦ୍ର ତ୍ରିପାଠୀ, କାର୍ତିକେୟ ସାଠୁଆ, ଆଭାସ ଚନ୍ଦ୍ର ଆଚାର୍ଯ୍ୟ, ଶୁଭସ୍ମିତା ବେହେରା, ମୁକେଶ ବହିଦାର, ହିମାଂଶୁ ବକ୍ସି, ଡ. ପଦ୍ମଲୋଚନ ରାଉତଙ୍କ ସମେତ ପଶ୍ଚିମ ଓଡିଶାର ସମସ୍ତ ଜିିଲ୍ଲାସ୍ତରୀୟ କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କଠାରେ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.