ନଭେମ୍ବର ୨୬ରେ ମୁକ୍ତିଲାଭ କରିବ କ୍ଷୁଦ୍ର ଚଳଚିତ୍ର ଟାଙ୍ଗର

କଳାହାଣ୍ଡି: ଗ୍ରାମ୍ୟ ଜୀବନର ସଂସ୍କୃତି ଓ ପରମ୍ପରା ଉପରେ ଅଧାରିତ କ୍ଷୁଦ୍ର ଚଳଚିତ୍ର ‘ଟାଙ୍ଗର’ ନଭେମ୍ବର ୨୬ ତାରିଖରେ ଶୁଭମୁକ୍ତି ହେବାକୁ ଯାଉଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିସାରିଛି। ସାଂପ୍ରତିକ ସମୟରେ ମଣିଷ ଉଗ୍ର ଆଧୁନିକ ସଭ୍ୟତାର ମୋହରେ ପଡି ଭୁଲିଯାଉଛି ନିଜ ମାଟି, ସଂସ୍କୃତି ଓ ପରମ୍ପରାକୁ। ଅତ୍ୟାଧୁନିକ ମଣିଷକୁ ପୁଣିଥରେ ମାଟିମଗ୍ନ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ପ୍ରଯୋଜନା ସଂସ୍ଥା କହିଛି । ଏହାର ପ୍ରଯୋଜନା ପଣ୍ଡିତ ଅଜିତ କୁମାର ଦାଶ କରିଥିବା ବେଳେ କାହାଣୀ, ସଂଳାପ ଓ ନିର୍ଦ୍ଦେଶାନା ଦେଇଛନ୍ତି ଜୀବନ ବାଦୀ କବି ପ୍ରଶାନ୍ତ କୁମାର ଦାଶ। ଯୁବ କଣ୍ଠଶିଳ୍ପୀ ଜଗମୋହନ ସାହୁ ସଂଗୀତରେ ଥିବାବେଳେ ଭାଗିରଥି ବାରିକ ଓ ଦିପକ କୁମାର ଦାଶ ପ୍ରଡକ୍ସନ ଡିଜାଇନର ଅଛନ୍ତି।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.