ବଡ଼ ଫୁର୍ଲା ଠାରେ ଶୁଭାରମ୍ଭ ହେଲା ନୂତନ ଧାନମଣ୍ଡି

ଧର୍ମଗଡ଼: ସ୍ଥାନୀୟ ବିଧାୟକ ମୌଷଧି ବାଗଙ୍କ ପ୍ରଚେଷ୍ଟାରେ ଧର୍ମଗଡ଼ ବ୍ଲକ ବଡ଼ ଫୁର୍ଲା ଠାରେ ସ୍ଥାପନ ହୋଇଛି। ଏହାଦ୍ବାରା ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ। ଆଜି ଧର୍ମଗଡ଼ ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ ବଡ଼ ଫୁର୍ଲା ଗସ୍ତ କରି ନୂତନ ଧାନ ମଣ୍ଡିର ଉଦଘାଟନ କରିଥିଲେ। ଏହି ଅବସରରେ ସେ ପ୍ରକାଶ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସେବା ପାଇଁ ସର୍ବଦା ତତ୍ପର ଅଛନ୍ତି ଓ ରାଜ୍ୟ ସରକାର କୃଷକଙ୍କ ହିତ ପାଇଁ ସଦା ଚେଷ୍ଟିତ ଅଛନ୍ତି।

ବହୁ ଦିନର ସ୍ୱପ୍ନ ସାକାର ହୋଇଥିବାରୁ ଅଞ୍ଚଳର ଚାଷୀମାନେ ଖୁସି ବ୍ଯକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଧର୍ମଗଡ଼ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆତ୍ମା ଅଧ୍ୟକ୍ଷ ଥବିର ପ୍ରସାଦ ସାହୁ, ମାନସ ରଞ୍ଜନ ବାଗ, ଉମେଶ ହଂସ, ରାଜା ରାମ ହାତୀ, ପିଣ୍ଟୁ ଭଇସାଲ, ଭବାନୀ ନାଏକ, ସୁନୀଲ ମେହେର, ବିକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.