ୟୁଏଆଇଏଲ୍‌ର ବାପହିଲ୍‌ମାଲି ଖଣିରେ ସ୍ୱଚ୍ଛତା ପକ୍ଷ ସଚେତନତା କାର୍ଯ୍ୟକ୍ରମ

ରାୟଗଡ/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ)ର ବାପହିଲମାଲି ଖଣିରେ ଉତ୍ସାହର ସହିତ ଏକ ଗଣ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି । ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ୨୦୨୦ ନଭେମ୍ବର ୧୬-୩୦ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଅଭିଯାନର ଏହା ଏକ ଅଂଶ । ଏହାର ମୂଳ ଲକ୍ଷ୍ୟ ହେଉଛି ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବା ଏବଂ ଦେଶର ସ୍ୱଚ୍ଛତା ପାଇଁ କିଭଳି ପ୍ରତିଟି ବ୍ୟକ୍ତି ଉତରଦାୟୀ ତାହାକୁ ନେଇ ସଚେତନତା ସୃଷ୍ଟି କରିବା । କୋଭିଡ୍‌-୧୯ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହି ମହାମାରୀ ସହିତ ଲଢ଼େଇ ପାଇଁ ଶ୍ରେଷ୍ଠ ସ୍ୱଚ୍ଛତା ବ୍ୟବସ୍ଥା ଗ୍ରହଣ କରିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯାଇଛି ।

ଏଥିରେ ଏକ “ୱାକ୍ ଆଣ୍ଡ୍ ସ୍ୱିପ୍‌’ ଅଭିଯାନ ରହିଥିଲା ଯେଉଁଠାରେ ଏକ ନିର୍ଦିଷ୍ଟ ରୁଟ୍‌ରେ ସମସ୍ତ କର୍ମଚାରୀ ଓ ଶ୍ରମିକମାନେ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ଠାରୁ ଆରମ୍ଭ କରି ନିରନ୍ତର ଭାବେ ମାସ୍କ ପରିଧାନ କରିବା ଭଳି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଓ ନିୟମିତ ବ୍ୟବଧାନରେ ଅଂଶଗ୍ରହଣକାରୀମାନେ ସେମାନଙ୍କ ହାତକୁ ସାନିଟାଇଜ୍ କରୁଥିଲେ । କୋଭିଡ୍‌-୧୯ ସଙ୍କଟ ସତ୍ୱେ ଉତମ ସ୍ୱଚ୍ଛତା ମାନ ବଜାୟ ରଖି ବାପହିଲମାଲି ଟିମ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ଖଣି ମୁଖ୍ୟ ଶ୍ରୀଯୁକ୍ତ ମୁକେଶ ଝା ଓ ମୁଖ୍ୟ-ଜିଓଲୋଜି ଶ୍ରୀଯୁକ୍ତ କ୍ରିଷ୍ଣ ଜ୍ୟୋତିଶି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହା ପରେ ଖଣି ମୁଖ୍ୟ ଓ ଜିଓଲୋଜି ମୁଖ୍ୟ ଏବଂ ସ୍ଥାନୟ ଶ୍ରମିକ ଅଭିଭାଷଣ ପ୍ରଦାନ କରିଥିଲେ । ସଚେତନତା ଅଭିଭାଷଣ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବାଲହିଲମାଲି ଖଣି ଅଂଚଳ ସ୍ୱଚ୍ଛତା ମାନକୁ ବଜାୟ ରଖିବାରେ ପ୍ରମୁଖ ଭୁମିକା ନିର୍ବାହ କରିଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରଶଂସା ଏବଂ ପୁରସ୍କୃତ କରାଯାଇଥିଲା । ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଦାସ ଏବଂ ବାପହିଲମାଲି ଖଣିର ଅନ୍ୟ ସଦସ୍ୟମାନେ ଏହାକୁ ଭଲ ଭାବେ ଆୟୋଜନ କରିଥିଲେ ।

ଏହି ଅବସରରେ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ମଝାରୁଲ୍ଲା ବୈଗ୍ ଏହି ସ୍ୱଚ୍ଛତା ପକ୍ଷ ଅଭିଯାନର ସମସ୍ତ ଅଂଶୀଦାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଯଦ୍ୱାରା ସମ୍ପୂର୍ଣ୍ଣ ବାପହିଲମାଲି ଖଣି ଅଂଚଳର ସ୍ୱଚ୍ଛତା ଓ ପରିମଳ ନିଶ୍ଚିତ ହୋଇପାରିଛି ବୋଲି କହିଥିଲେ । ମହାମାରୀ ସମୟରେ ଏଭଳି ଶ୍ରେଷ୍ଠ ଅଭିଯାନ ହାତକୁ ନେବା ଏବଂ ସ୍ୱଚ୍ଛତା ଏବଂ ପରିମଳ ଉପରେ ଗୁରୁତ୍ୱାରୋପ କରିଥିବାରୁ ବାପହିଲମାଲି ଖଣିର ସମ୍ପୂର୍ଣ୍ଣ ଟିମ୍‌କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ୟୁଏଆଇଏଲ୍ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିରନ୍ତର ଜୀବିକା, ଗ୍ରାମ ଭିତିଭୂମି ଓ ସାମାଜିକ ସମସ୍ୟା ଗୁଡ଼ିକର ସମାଧାନ ଆଦି ସିଏସ୍‌ଆର୍ କାର୍ଯ୍ୟକଳାପଗୁଡ଼ିକୁ ପାରିପାଶ୍ୱିର୍କ ଗ୍ରାମରେ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ହୋଇଛି । ଓଡ଼ିଶାରେ ୟୁଏଆଇଏଲ୍ ସାମଗ୍ରିକ ଭାବେ ୫୭ଟି ଗ୍ରାମରେ ନିୟୋଜିତ ହୋଇ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.