ଲାଞ୍ଜିଗଡ଼ ବ୍ଲକ ଯାଦବ ଭବନ ପାଇଁ ଭୁମିଦାନ କରିବେ ରଘୁବୀର ନାଗ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଯାଦବ ସମିତିର ଏକ ଜରୁରୀ ବୈଠକ ବିଶ଼ବନାଥପୁର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମିତିର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଏହି ସଭାରେ ରାଧା କୃଷ୍ଣ ମନ୍ଦିରର ପୁନଃ ପୂଜା ଆରମ୍ଭ କରିବା, କୁ-ସଂସ୍କାର ଦୁରିକରଣ, ଶିକ୍ଷା, ବୃତ୍ତି, ବାଣିଜ୍ୟ, ସାମାଜିକ ନୀତି ନିୟମ ବିଷୟରେ ଆଲୋଚନା କରାଯାଇଥିଲା। ଲାଞ୍ଜିଗଡ ବ୍ଲକ ଯାଦବ ସମିତିର ଯାଦବ ଭବନ ପାଇଁ ଭୂମି ଆବଶ୍ୟକ ହେଉଥିବା ବେଳେ ବ୍ଲକ ସଭାପତି ରଘୁବୀର ନାଗ ଭୂମି ଦାନ କରିବି ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ ବ୍ଲକ ଯାଦବ ସମିତି ତରଫରୁ ଶ୍ରୀଯୁକ୍ତ ନାଗଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.