ରାଷ୍ଟ୍ରୀୟ କବି ସଙ୍ଗମର ଯୁବକବି ସମ୍ମିଳନୀ

ନବରଙ୍ଗପୁର: ରାଷ୍ଟ୍ରୀୟ କବି ସଙ୍ଗମ ଓଡିଶା, ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ଜିଲ୍ଲାର ଯୁବକବିମାନଙ୍କ ଦ୍ଵାରା ଏକ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ତଥା ରାଷ୍ଟ୍ରୀୟ କବି ସଙ୍ଗମର ଜିଲ୍ଲା ସଂଯୋଜକ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ତଥା ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଯୁବ କବି ତଥା ରାଷ୍ଟ୍ରୀୟ କବି ସଙ୍ଗମର ସହ-ପ୍ରଭାରୀ ସାକ୍ଷୀଗୋପାଳ ପଣ୍ଡା ଯୋଗଦେଇଥିଲେ। ଯୁବକବି ସୁଶ୍ରୀ ରାଧାରାଣୀ ସରକାର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଯୁବ ସାହିତ୍ୟିକ ତଥା ରାଷ୍ଟ୍ରୀୟ କବି ସଙ୍ଗମ ଓଡ଼ିଶାର ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଆମନ୍ତ୍ରିତ କବି ଭାବରେ ଯୋଗଦେଇଥିଲେ ଡା. ମନୋଜ କିଶୋର ନାୟକ, କାଦମ୍ବିନୀ ବେଶ୍ରା, ଲକ୍ଷ୍ମୀ ପୁଜାରୀ, ସ୍ବାଗତିକା ବାହିନୀପତି ଓ ରାୟଗଡା ଜିଲ୍ଲା ସଂଯୋଜକ କବି ଶ୍ରୀଧର ଶତପଥୀ।

‘ରାଷ୍ଟ୍ର ଜାଗରଣ ଧର୍ମ ଆମର’ ନାରା ଦେଇ ଆଗେଇ ଚାଲୁଥିବା ରାଷ୍ଟ୍ରୀୟ କବି ସଙ୍ଗମ ଓଡିଶାର ଏହି ନିଆରା କବିତା ପାଠ କାର୍ଯ୍ୟକ୍ରମରେ ମାନବବାଦୀ, ଦେଶାତ୍ମବୋଧକ କବିତା ପାଠ ହେଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.