‘ସାହିତ୍ୟିକ କବି ବନ୍ଧୁ ପରିବାର’ର ରାଜ୍ୟସ୍ତରୀୟ ଅନଲାଇନ ସାହିତ୍ୟ ଆସର

କଟକ: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଅନଲାଇନ ସାନ୍ଧ୍ୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, କଟକ ଜିଲ୍ଲାର ସାରସ୍ଵତ ସାଧକ ବିଶ୍ଵେଶ୍ଵର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କବିତା ଆସରରେ ମୁଖ୍ୟ ଅତିଥି ଭାବା ଆଣବିକ କେନ୍ଦ୍ରର ଅବସରପ୍ରାପ୍ତ ବୈଜ୍ଞାନିକ ତଥା ସୁସାହିତ୍ୟିକ ବରଗଡ ଜିଲ୍ଲାରେ ଜନ୍ମିତ ସତ୍ୟନାରାୟଣ ଆଚାର୍ଯ୍ଯ ଏବଂ ଅନ୍ୟତମ ଅତିଥି ‘ବ୍ରତତୀ ପତ୍ରିକା’ର ସମ୍ପାଦକ ବେଲପଡା ବଲାଙ୍ଗୀରର ନିରଞ୍ଜନ ବେହେରା ବିଜ୍ଞାନ ଓ ସାହିତ୍ୟିର ସମନ୍ବୟ ତଥା ବର୍ତ୍ତମାନ ଓଡିଆ ସାହିତ୍ୟିର ଅବସ୍ଥା ସମ୍ପର୍କରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ସଭା ପରିଚାଳନା କରିଥିବାବେଳେ ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ। ଏହା ଥିଲା ଏକ ନିଆରା ଅନଲାଇନ ସାହିତ୍ୟ ଆସର।


ଶ୍ରୀଯୁକ୍ତ ଆଚାର୍ଯ୍ଯ ବିଜ୍ଞାନର ଜଟିଳ ନିୟମକୁ ଠିକ୍ କବିତା ପରି ଛନ୍ଦମୟ କରି ଅତି ସରଳ ସାବଲୀଳ ଭାଷାରେ ବୁଝାଇଥିଲେ। ଶ୍ରୀଯୁକ୍ତ ବେହେରା କୋଭିଡ ପରିସ୍ଥିତିରେ ଓଡିଆ ସାହିତ୍ୟର ଦୂରାବସ୍ଥାର ଚିତ୍ର ପ୍ରଦାନ କରି ଆଶୁ ଉନ୍ନତି କାମନା କରିଥିଲେ।


ଉକ୍ତ ସଭା ଶ୍ରୀଯୁକ୍ତ ଆଚାର୍ଯ୍ଯଙ୍କ ଦ୍ୱାରା ଶ୍ରୀ ଅରବିନ୍ଦଙ୍କ ଏକ କବିତାରୁ ଶୁଭାରମ୍ଭ କରିଥିଲେ ତଥା କଟକରୁ ବିଶ୍ଵେଶ୍ଵର ମାଝୀଙ୍କ ଚମତ୍କାର ଗଠନମୂଳକ ସମୀକ୍ଷା ସଭାକୁ ସରସ ସୁନ୍ଦର କରିଥିଲା। ଉକ୍ତ ଆସରରେ ଯାଜପୁରରୁ ଅମରନାଥ ବାରିକ, ଭଦ୍ରକରୁ ଶୁଭ୍ରାଂଶୁ ମାହୁନ୍ତ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ମାଳା ରାଉତ, ବାଲେଶ୍ବରରୁ ପ୍ରଣତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ମୟୂରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡ଼ା, ପୁରୀରୁ ଅନାମ ଚରଣ ସାହୁ, ମନୋରମା ମହାପାତ୍ର, କଳାହାଣ୍ଡିରୁ କାହ୍ନୁ ଚରଣ ସାହୁ, ବଲାଙ୍ଗୀର ଜିଲ୍ଲାରୁ ଦେବେନ୍ଦ୍ର କୁମାର ନାଏକ, ଯାଜପୁରରୁ ବିନୋଦିନୀ ଦାଶ, ବିନୟ କୁମାର ମହାପାତ୍ର, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର ଓ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ କବି କବୟିତ୍ରୀ ନିଜର କବିତାରେ ଧର୍ମ, ଆଧ୍ୟାତ୍ମିକତା, କାର୍ତ୍ତିକ ମାହାତ୍ମ୍ଯ, ଶୀତ ଋତୁର ଆଗମନୀ ଆଦି ପ୍ରସଙ୍ଗକୁ ନେଇ ସ୍ବରଚିତ କବିତାମାନ ପାଠ କରି ବାଙ୍ମୟ ପରିବେଶ ସୃଷ୍ଟି କରିଥିଲେ।


ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଚାର୍ଯ୍ଯ ସବୁ କବିତାର ଲଳିତ ସମୀକ୍ଷା କରି କବିମାନଙ୍କୁ ଉତ୍ସାହିତ କରିଥିଲେ ତଥା ଏ ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସନ୍ତୋଷ ପ୍ରକାଶ କରିଥିଲେ ତଥା ସାହିତ୍ୟିକ କବି ବନ୍ଧୁ ପରିବାରର ଉତ୍ତରୋତ୍ତର ଉନ୍ନତି କାମନାର୍ଥେ ଶୁଭବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ବାଲେଶ୍ବରରୁ ରାଜେନ୍ଦ୍ର ଗିରିଙ୍କ ଦ୍ଵାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ବିଶ୍ଵେଶ୍ଵର ମାଝୀଙ୍କ ଶାନ୍ତି ପାଠ ପରେ ଆସର ସାଙ୍ଗ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.