କଳାହାଣ୍ଡି(ହେମନ୍ତ ସାହୁ): ମ.ରାମପୁର ଥାନାରେ ନୂତନ ଥାନାଧିକାରୀ ଭାବରେ ଜୟଦେବ ତାରିଣୀ ଯୋଗଦେଇଛନ୍ତି। ସେ ଏଥି ପୂର୍ବରୁ ମୋହନଗିରୀ ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। ମ.ରାମପୁରରେ ଥିବା ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କୁ ଭବାନୀପାଟଣା ବଦଳିକରାଯାଇ ଜୟଦେବ ତାରିଣୀଙ୍କୁ ମ.ରାମପୁର ଥାନାଧିକାରୀ ଭାବରେ ଅବସ୍ଥାପିତ କରାଯାଇଛି। ତେବେ ନୂତନ ଥାନାଧିକାରୀ ସମସ୍ତଙ୍କ ସହଯୋଗରେ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଯତ୍ନବାନ ହେବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।