ସାନକୁଜେନ୍ଦ୍ରୀରେ ବିଶ୍ବ ଏଡ୍ସ ଦିବସ ପାଳିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସାନକୁଜେନ୍ଦ୍ରୀ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟ ଅଧିକାରୀ ସିଦ୍ଧାର୍ଥ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସମାଜସେବୀ ଗୋଲକନାଥ ବେହେରା, ସ୍ବାସ୍ଥ୍ୟ ପରିଦର୍ଶକ କିଷ୍ନା ରାଓ, ମହିଳା ସ୍ବାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ହଂସଦା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ମହେଶ ପଟ୍ଟନାୟକ ଓ ଶ୍ରୀକାନ୍ତ ସୁଧାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ବ ଏକତା, ସହଭାଗୀ ଦାୟିତ୍ୱ ବିଷୟବସ୍ତୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ବିଶ୍ବ ଏଡ୍ସ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ପ୍ରରିପ୍ରେକ୍ଷୀରେ ଏଡ୍ସ ସଂକ୍ରମିତ ବ୍ୟକ୍ତିମାନଙ୍କ ବିରୋଧରେ ଥିବା ସାମାଜିକ ଭେଦଭାବ ଦୂର କରିବା ସହ ଏଥିପାଇଁ ଯୁବପିଢ଼ି ନେତୃତ୍ବ ନେବା ନେଇ ମତପ୍ରକାଶ ପାଇଥିଲା।

ସେହିପରି କାର୍ଯ୍ୟକ୍ରମରେ ଏଡ୍ସ ନିରାକରଣ ନେଇ ସାମାଜିକ ସଚେତନତା ସୃଷ୍ଟି କରାଯିବା ସହ ସଂକ୍ରମଣର ଲକ୍ଷଣ, ପରୀକ୍ଷଣ ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗାଣରେ ସଠିକ ସମୟ ମଧ୍ୟରେ କରାଇବା ଓ ସଂକ୍ରମିତ ବ୍ୟକ୍ତି ନିୟମିତ ଓ୍ୟଷଧ ସେବନ କିପରି କରିବେ, ସେ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀ ସମୟରେ ନିୟମକୁ ପାଳନ କରିବା ସହ ନିଜ ଘର ଚତୁପାର୍ଶ୍ବକୁ ସଫାସୁତୁରା ରଖିବା ଦ୍ବାରା ଅନେକ ରୋଗ ମୁକ୍ତି ପାଇପାରିବା ବୋଲି ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡ଼ିଙ୍କ ସହ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୁଖ ଉପସ୍ଥିତ ଥିଲେ ।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.