ଦେବଗିରିରେ ଫରଫର ହୋଇ ଉଡୁଛି କନ୍ଧ, ଡମ୍ବ ଓ ଯାଦବ ସଂସ୍କୃତିର ବୈଜୟନ୍ତି ବାନା

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଜାପିତ

କଳାହାଣ୍ଡି: ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରସ୍ଥଳୀ ଭାବେ ଦେବଗିରି ସୁପରିଚିତ। ହଜାର ହଜାର ବର୍ଷ ପରେ ମଧ୍ୟ ଦେବଗିରି ଅଞ୍ଚଳରେ ପ୍ରାଚୀନ କଳା ସଂସ୍କୃତି ଅମଳିନ ଭାବେ ବଞ୍ଚିରହିଛି। ଦେବଗିରି ମାଟିରେ ଜନ୍ମିତ ପ୍ରତ୍ୟେକ ଲୋକ ଜଣେ ଜଣେ କଳାକାର। ଆଜିବି ଏହି ମାଟିର କୃଷକ ହଳ କରିବା ସମୟରେ ହଳିଆ ଗୀତ ଗାନ କରିଥାଏ। ବିବାହ ସଂସ୍କାର ମାଧ୍ୟମରେ ଜାଇଫୁଲ, ମାଏଲାଜାଡ, ରଶରକେଲି, ଛଡରଶ, ଚପକରାଟି, ଦେହାତି ଆଦି ପ୍ରାଚୀନ ଲୋକଗୀତ ବଞ୍ଚିରହିଛି। ଦେବଗିରି ମଠର ନିତିକାନ୍ତିରେ କନ୍ଧ, ଡମ୍ବ ଓ ଯାଦବ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏଠି ଡମ୍ ବଜା ବିନା ବିବାହ କାର୍ଯ୍ୟ ହୋଇପାରେ ନାହିଁ। ବିନା ଡମ୍ ବଜାରେ ଦେବଗିରିର ଯାନିଯାତ୍ରା ମଧ୍ୟ ହୁଏନାହିଁ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଢାପ୍, ଘୁମୁରା, ବଜାସାଲ, ବନାବାଡି, ଲାଉତୁମ୍ବା ଆଦିକୁ ବଞ୍ଚାଇ ରଖିଛନ୍ତି। ଆଜିବି ଏହି ମାଟିର ଧାଙ୍ଗରୀ ରାମକାଠି ଧରି ବଜାସାଲକୁ ଓହ୍ଲାଇ ଥାଏ। କଳାହାଣ୍ଡିର କଳା ସଂସ୍କୃତିର ସଂରକ୍ଷଣ ଦିଗରେ ଦେବଗିରିର ଭୂମିକା ଅତୁଳନୀୟ। ତେଣୁ ପରବର୍ତ୍ତୀ ପିଢି ମଧ୍ୟ ଏହାର ସଂରକ୍ଷଣ ପାଇଁ ବ୍ରତୀ ହେବା ଉଚିତ ବୋଲି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu


କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ବୁଢ଼ୀପଦରଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ କୁମାରସ୍ବାମୀ ଓ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କରୋନା ସଂକଟ ଯୋଗୁଁ ଏବର୍ଷ ଦେବଗିରି ସମ୍ମାନ, ସାମ୍ବାଦିକତା ସମ୍ମାନ, ଦେଶସେବା ସମ୍ମାନ, ସମାଜସେବା ସମ୍ମାନ ସମେତ କୃଷି, ଶିଳ୍ପୀ, କଳା, ଲୋକଗୀତ, ଲୋକନୃତ୍ୟ ଆଦି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna


ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା) ଯୋଗଦେଇ ଦେବଗିରିର କଳା ସଂସ୍କୃତି ଓ ଅତୀତ ଗୌରବ ଗାଥା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଏବଂ ଉପସଭାପତି ନେତ୍ରାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଯୁଗ୍ମସଂପାଦକ ତଥା ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery


ଏହି ଅବସରରେ ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂପୂର୍ଣ୍ଣ ଭାବେ କୋଭିଡ୍ ନିୟମ ପରିପାଳନ କରି ଉତ୍ସବ ପରିଚାଳିତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.