ଭାରତୀୟ ମଜଦୂର ସଂଘର ବୈଠକ

କାର୍ଯ୍ୟରତ ସଫେଇ କର୍ମୀ ମାନଙ୍କ ଅସୁବିଧାର ସମାଧାନ ଦାବୀ

କୋଭିଡ୍ ସମୟରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ନିର୍ମାଣ ଶ୍ରମିକ ମାନଙ୍କ ପାଖରେ ସହାୟତା ପହଞ୍ଚି ନଥିବାରୁ ବୈଠକରେ ପ୍ରକାଶ ପାଇଲା କ୍ଷୋଭ

ରାମନାଗୁଡା/ଗୁଣୁପୁର: ଭାରତୀୟ ମଜଦୁର ସଂଘର ରାଜ୍ୟ ନିଷ୍ପତି କ୍ରମେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସଭାପତି ମନୋଜ ଦାସଙ୍କ ନେତୃତରେ ଗୁଣୁପୁର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି। ଉକ୍ତ ବୈଠକରେ ଭାରତ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଙ୍ଗ, ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ, ସଭ୍ୟ ରବି ନାରାୟଣ ଗୌଡ଼ ପ୍ରମଙୂ ଅଲ ଓଡିଶା ଅଙ୍ଗନବାଡି ଓ ଆଶା ଦିଦି, ସ୍ୱାବିଲମ୍ବି କାରିଗର ସଙ୍ଘ, କୋଠା ବାଡ଼ି ଓ ଅନ୍ୟାନ୍ୟ ମଜଦୁର ସଂଘ, କୃଷି ଗ୍ରାମୀଣ ମଜଦୁର ସଂଘ ଓ ବିଶ୍ଵକର୍ମା ମଜଦୁର ସଙ୍ଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଗୁଣୁପୁର ସବଡିଭିଜନର କାର୍ଯ୍ୟରତ ସଫେଇ କର୍ମୀ ମାନଙ୍କ ଅସୁବିଧାର ସମାଧାନ କିପରି ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। କୋଭିଡ ସମୟରେ କାର୍ଯ୍ୟରତ ଆଶା ଭଉଣୀ, ଅଙ୍ଗନ ବାଡ଼ି ଭଉଣୀ, ନିର୍ମାଣ ଶ୍ରମିକ ମାନଙ୍କର ଆସିଥିବା ସହାୟତା ଠିକ ଭାବରେ ସେମାନଙ୍କ ପାଖରେ ପହଞ୍ଚି ନଥିବାରୁ ସଭାରେ କ୍ଷୋଭ ପ୍ରକାଶ ପାଇଛି। ଶ୍ରମିକ ମାନଙ୍କୁ ଠିକ ସମୟରେ ସୁବିଧା ନଯୋଗାଇ ଦେଇଥିବା ଯୋଗୁଁ ପ୍ରଶାସନକୁ ନିନ୍ଦା କରିବା ସହ ତୁରନ୍ତ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଦାବି ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ଆସନ୍ତା ଦିନରେ ଯଦି ଏପରି ସମସ୍ୟା ଉପଜେ ତେବେ ଭାରତ ମଜଦୁର ସଂଘ ଏହାର ଦୃଢ଼ ଜବାବ ଦେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଗୁଣୁପୁର ପୋୖରପରିଷଦର ସଫେଇ କର୍ମଚାରୀ ଓ ଉପଖଣ୍ଡ ଚିକିତ୍ସାଲୟରେ ଯେଉଁ ଭଳି ଭାବେ ଆଶା କର୍ମି ମାନଙ୍କୁ ହଇରାଣ ହରକତ କରାଯାଉଅଛି ତାହା ତୁରନ୍ତ ବନ୍ଦ କରାଯାଉ ଏବଂ ରାୟଗଡା ଜିଲ୍ଲା ବିଏଲଓ ଏଦିଗରେ ଦୃଷ୍ଟି ଦିଅନ୍ତୁ ଓ ଯଥାଶୀଘ୍ର ଏହାର ସମାଧାନ କରାଯାଉ ବୋଲି ସଂଘରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଶ୍ରମିକ ମାନଙ୍କ ଅସୁବିଧା ଗୁଡିକର ଆଶୁ ସମାଧାନ ନହେଲେ ସଂଘ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.