କୋକସରା ୱେବ ମିଡ଼ିଆ ସଙ୍ଘଠନ ଗଠିତ : ଚକ୍ରଧର ବେସରା ସଭାପତି, ଦେବେନ୍ଦ୍ର ସାଗର ସମ୍ପାଦକ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜା ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ଚକ୍ରଧର ବେସରା ଙ୍କ ଆହ୍ୱାନ କ୍ରମେ କୋକସରା ବ୍ଲକ ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୱେବ ମିଡ଼ିଆରେ କାର୍ଯ୍ୟରତ ଥିବା ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଉଥିବା ବିଷୟ ପ୍ରତି ଆଲୋଚନା କରି କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ୱେବ ମିଡ଼ିଆର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରି ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇ ତାର ସମାଧାନ ପାଇଁ ସଂଘର୍ଷ ଜାରି ରହିବ ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ସମସ୍ତଙ୍କ ସହମତି କ୍ରମେ ସଂଗଠନର ସଭାପତି ଭାବେ ଚକ୍ରଧର ବେସରା, ସମ୍ପାଦକ ଦେବେନ୍ଦ୍ର ସାଗର, କୋଷାଧକ୍ଷ ଭାବେ ରାଧାକାନ୍ତ ହଂସ ମନୋନୀତ ହୋଇଥିଲେ। ସାମ୍ବାଦିକ ସଂଜୀବ ଦାସ, ଯୋଗେନ୍ଦ୍ର ବାରିକ, ତୁଲାରାମ ବେହେରା, ଦୁଷ୍ମନ୍ତ କନ୍ଦପାନ, ବଂଶୀଧର ବେସରା, ତ୍ରୀଲକ୍ଷ ବେସରା ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.