ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀ ଓ ପୁଅର ଚିତା

ବୋଲେରୋ-ବାଇକ ମୁହାମୁହିଁ ଧକ୍କାରେ ବାପା,ମା ଓ ବଡ଼ପୁଅ ମୃତ୍ୟୁ ଘଟଣା, ରିଷିଡା ସ୍ତବ୍ଧ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ତରଣୀସେନ ବିଶି ନିଜ ଦୁଇପୁଅ ଓ ସ୍ତ୍ରୀକୁ ନେଇ ଏକ ବାଇକରେ ବଲାଙ୍ଗୀରରୁ ରିଷିଡାକୁ ଫେରୁଥିବାବେଳେ ତୁଷୁରା-ରିଷିଡା ରାସ୍ତାର ଜମ୍ଭେଲ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ମୁହାମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ତରଣୀସେନ ଓ ତାଙ୍କ ବଡ଼ପୁଅ ଶମ୍ଭୁର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ନିକିତାକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ବି ମୃତ୍ୟୁ ହୋଇଥିଲା। ତେବେ ସାନପୁଅ ସୋମ (୮ ମାସ) ଆହତ ହୋଇ ଚିକିସାଧିନ ଅଛନ୍ତି। ଶନିବାର ମୃତକ ତିନି ଜଣଙ୍କ ଶବକୁ ବଲାଙ୍ଗୀର ଠାରେ ବ୍ୟବଚ୍ଛେଦ କଲାପରେ ଏକ ସରକାରୀ ଅମ୍ବୁଲାନ୍ସ ଗାଡି ଯୋଗେ ନିଜ ଗାଁକୁ ଅଣାଯାଇଥିଲା। ଶବ ଗାଁରେ ପହଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା ପରିବେଶ। ସମସ୍ତଙ୍କ ଆଖିରୁ ଅମାନିଆ ଲୁହ ଝରିପଡୁଥିଲା। ମୃତକ ତରଣୀସେନଙ୍କ ବାପା, ମା ଓ ସାନଭାଇ ଦାଦନ ଖଟି ଯାଇଥିବାରୁ ତାଙ୍କ ସମ୍ପର୍କୀୟମାନେ ଶବସତ୍କାର ଆୟୋଜନ କରିଥିଲେ। ରିଷିଡା ସରପଞ୍ଚ ସରସ୍ଵତୀ ମାଝୀ ଓ ପିଇଓ କ୍ଷୀରସିନ୍ଧୁ ରଣା ମୃତକଙ୍କ ଘରକୁ ଆସି ହରିଶଚନ୍ଦ୍ର ଯୋଜନାରେ ୪ ହଜାର ଟଙ୍କା ତାଙ୍କର ଜଣେ ସମ୍ପର୍କୀୟ ଡମ୍ବରୁଧର ମଲ୍ଲିକଙ୍କୁ ପ୍ରଦାନ କରିଥିଲେ। ପରେ ଶବକୁ ତାଙ୍କ ଜମିକୁ ନିଆଯାଇ ଗୋଟିଏ ଜୁଇରେ ତିନିଜଣଙ୍କୁ ସତ୍କାର କରାଯାଇଥିଲା। ତହସିଲଦାର ବାସନ୍ତୀ ସେଠୀ, ରିଷିଡା ଆର.ଆଇ ସସ୍ମୀତା ରଣା ଶବଦାହ ପର୍ଯନ୍ତ ଉପସ୍ଥିତ ରହି ମୃତକଙ୍କ ସମ୍ପର୍କୀୟଙ୍କୁ ଆଶ୍ଵାସନା ଦେବାସହ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ। ତରଣୀସେନଙ୍କ ବଡବାପା ନରସିଂହ ବିଶି ମୁଖାଗ୍ନି ଦେଇଥିଲେ। ଶବଦାହ ବେଳେ ରିଷିଡା ଯୁବାମଞ୍ଚର ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.