କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ପାଳନ

କଳାହାଣ୍ଡି,(କ୍ଷମାନିଧି ମହାକୁଡ): ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି। ୧୯୫୬ ମସିହା ଡିସେମ୍ବର ୬ ତାରିଖରେ ବାବା ସାହେବଙ୍କ ନିଧନ ତାଙ୍କ ବାସ ଭବନରେ ହୋଇଥିଲା। ଏହି ଦିନକୁ ସାରା ଦେଶରେ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଏ। ଏହି କ୍ରମରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଭବାନୀପାଟଣା ହିଲ ଟାଉନର ଏସ୍ଏନ୍ କନଫର୍ରରେନ୍ସ ହଲ ଠାରେ ଏନେଇ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜନନାୟକ ଡଃ ଆମ୍ବେଦକରଙ୍କ ସ୍ମୁତିଚାରଣ କରିଥିଲେ।

Omkar Vasthu
Omkar Vasthu


ଆଲୋଚନା ଚକ୍ରର ଆଲୋଚ୍ୟ ବିଷୟ ‘ସମ୍ବିଧାନ ପୂର୍ବ ଓ ପରବର୍ତ୍ତୀ ଭାରତ’ ଉପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ନିଜର ମତପୋଷଣ କରିବା ସହ ଆମ୍ବେଦକର ଦର୍ଶନରୁ ଯୁବ ପିଢି ଅନୁପ୍ରାଣିତ ହେବାପାଇଁ ଆହ୍ବାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ପଦ୍ମ ଲୋଚନ ଭୋଇ, ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଔପନ୍ୟାସିକ ତଥା ଓଡିଆ ବିଭାଗ ଅଧ୍ୟାପକ ଅଖିଳ ନାଏକ, ମାଣିକେଶ୍ବରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଥୁଆମୁଲ ରାମପୁରର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛେନା, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଅଜୟ ମିଶ୍ର, ନବରଙ୍ଗପୁର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ର, ଭବାନୀପାଟଣାର ପୂର୍ବତନ ନଗରପାଳ ତଥା ଆବାହକ ଆଦିତ୍ୟ ନନ୍ଦ, ଛାତ୍ରୀ ଅଭିଲିପ୍ସା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇ ଥିଲେ।


ଅନ୍ୟ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମହୁରୀ ସମ୍ପାଦକ ଭବାନୀ ଶଙ୍କର ନିଆଲ, ନାଗରିକ କମିଟି ସଭାପତି ଧର୍ମେନ୍ଦ୍ର ନାଏକ ନିଜର ବକ୍ତବ୍ୟ ରଖିଥିଲେ। କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ମଞ୍ଚ ପରିଚାଳନା କରିଥିଲାବେଳେ ସମାଜସେବୀ ପ୍ରଦୀପ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।


ଏହି ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଉପ ନଗର ପାଳ ସବିତା ପ୍ରଧାନ ଓ ଚିତ୍ତରଞ୍ଜନ ମଣ୍ଡଳଙ୍କ ସମେତ ଟିକେଲାଲ ସାହୁ, ଯୁବନେତା ମଣ୍ଟୁ ନାଏକ, ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ହେମନ୍ତ ନାଏକ, ରବି ପଟ୍ଟନାୟକ, ବୈଶାଖୀ ନନ୍ଦ, ଅଜିତ କୁମାର ସାହୁ, ଗୋବିନ୍ଦ ତାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.