ରାୟଗଡରେ ୫୮ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ: ରାୟଗଡ ଜିଲ୍ଳାରେ ଗୃହରକ୍ଷୀ ବାହିନୀର ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଜେକେପୁରରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିିଥି ଭାବେ ଏସ.ପି.ଡଃ.ଶର୍ବଣା ବିବେକ ଏମ. ଯୋଗ ଦେଇ ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗୃହରକ୍ଷୀ ବାହିନୀ ଡିଜିଙ୍କ ବାର୍ତା ପଠନ କରିବା ସହ ଗୃହରକ୍ଷୀଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମସ୍ତ ଗୃହରକ୍ଷୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।


ସେହିପରି ଗୃହରକ୍ଷୀ ବାହିନୀର ସ୍ୱେଚ୍ଛାସେବୀଗଣ ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି, ଜନସମାଗମ ଓ ଟ୍ରାଫି ନିୟନ୍ତ୍ରଣ କ୍ଷେତ୍ରରେ ଜିଲ୍ଳା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ସେବା ଅଧିକାରୀଙ୍କୁ ସର୍ବଦା ସହାୟତା ଯୋଗାଇ ଆସୁଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ବିବେକ ଏମ.ପ୍ରକାଶ କରିଥିଲେ ।


କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିଷ୍ଠାପର ଓ ଉତ୍ସାହପୂର୍ଣ୍ଣ ହୋଇ କାର୍ଯ୍ୟରତ କେ.ଗଣେଷ ଶ୍ରୀନୁ, ବରୁଣ ଦୀପ, ଉପେନ୍ଦ୍ର ପସ୍ପୁରେଡ୍ଡି, ସରୋଜିନୀ ଗରଡିଆ, ଅଭିମନ୍ୟୁ ବେହେରା, ସୁଜୀତ କୁମାର ଗୈାଡ, ଭି.ଗୈାରୀ ଶଙ୍କର, ଶିବପ୍ରସାଦ ବେହେରା, ସରୋଜ କୁମାର ଦଳେଇ, ସଦାଶିବ ମିଶ୍ର, ମନୋଜ କୁମାର ପାଣିଗ୍ରାହୀ, ଆର୍କ ଆଚାରୀ, ସୁଶାନ୍ତ ମହାପାତ୍ର, ଟୁଟୁ ପାଡାଗଣ୍ଡା, ମାରକୋ ପାଡଗଣ୍ଡା ଓ ନୀଳକଣ୍ଠ ମାଝି ୧୬ଜଣ ଗୃହରକ୍ଷୀଙ୍କ ମଧ୍ୟରେ କରୋନାରେ ଆକ୍ରାନ୍ତ ପଜିଟିଭଙ୍କୁ ୬୦୦ଟଙ୍କା ଓ ସୁସ୍ଥ ହୋଇ ପ୍ଳାଜମା ଦାନ କରିଥିବା ଗୃହରକ୍ଷୀଙ୍କୁ ୧୫୦୦ଟଙ୍କା ଲେଖାଁଏ ମୁଖ୍ୟ ଅତିଥି ଏସ.ପି. ଶ୍ରୀ ଶର୍ବଣା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।


ଏହି ଉତ୍ସବରେ ଜିଲ୍ଳାର ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ । ହୋମଗାର୍ଡ କମ୍ପାନୀ କମାଣ୍ଡଡେଂଟ ଏ.ଭେଙ୍କଟ ରାମଣା ଓ ସେକେଣ୍ଡ ଇନ କମାଣ୍ଡାଡେଂଟ ଦୁର୍ଗା ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ୟାରେଡ ଅନୁଷ୍ଠିତ ହୋଇଛି ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.