କଟକ: ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କଳପଡା ସ୍ଥିତ ମୁଦୁଲି ସାହିରେ କାର୍ତ୍ତିକେଶ୍ୱର ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଏହି ପୂଜାକର୍ମ ସଭାପତି କ୍ଷୀରୋଦ ଚନ୍ଦ୍ର ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ପୂଜାର୍ଚ୍ଚନା କରାଯିବା ସହ ଅନ୍ୟମାନଙ୍କ ମଧ୍ୟରେ ଜଗନ ମୁଦୁଲି, ବପୁନା ମୁଦୁଲି, ବିଭୁନା ମୁଦୁଲି, କାଳିଆ ମୁଦୁଲି, ବଳିଆ ସାହୁ, ସୁନୀଲ ସାହୁ ତଥା ସ୍ଥାନୀୟ ବାସିନ୍ଦା, ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଆଶିଷ ଲାଭ କରିଥିଲେ।